ଭୁବନେଶ୍ୱର: କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ଟ୍ରେନ୍ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ।
ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ ସଂପ୍ରସାରଣ ହେବ ।
କଟକ ନେତାଜୀ ବସ୍ ଟର୍ମିନାଲ ଏବଂ ଏସସିବି ମେଡିକାଲ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ସଂପ୍ରସାରଣ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ମେଟ୍ରୋ ପାଇଁ କମିଟି ଗଠନ ହୋଇସାରିଛି । ବିଭିନ୍ନ ଅଞ୍ଚଳ ବୁଲି କମିଟି ଦେଖିବା ସହ ଏ ନେଇ ନୂଆ ଡିପିଆର୍ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।