fbpx

ଓଡ଼ିଶାରେ ଗଡ଼ିବ ମେଟ୍ରୋ ଟ୍ରେନ୍: ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ବହୁ ଦିନର ଆଶା ପୁରାଣ ହେବାକୁ ଯାଉଛି। ପୁରୀ-ଭୁବନେଶ୍ୱର- କଟକକୁ ସଂଯୋଗ କରିବାକୁ ମେଟ୍ରୋ ଟ୍ରେନ୍ ପ୍ରସ୍ତାବ ରହିଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ କଟକ ତ୍ରିସୁଳିଆ ଏହି ସେବା ଆରମ୍ଭ ହେବ। ଦୌତ ନଗରୀ କଟକ, ଭୁବନେଶ୍ୱର ଏବଂ ପୁରୀରେ ଭିଡ଼ କମାଇବାକୁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ଓଡ଼ିଶା ଦିବସରେ ରାଜ୍ୟବାସୀଙ୍କୁ ଏହି ବଡ ଭେଟି ଦେଇଛନ୍ତି ରାଜ୍ୟ ସରକାର।

ଏହା ପୂବରୁ ଆଜି ସକାଳୁ ମେଟ୍ରୋ ଟ୍ରେନ୍ ଆରମ୍ଭ ହେଲେ କେଉଁ କେଉଁ ରୁଟ ଦେଇ ଯିବ ସେ ନେଇ ସମସ୍ତ ରୁଟର ରିଭ୍ୟୁ କରିଥିଲେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ। ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ସହିତ ସମସ୍ତ ଦିଗକୁ ନଜରରେ ରଖି ରିଭ୍ୟୁ କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ କରାଯାଇଛି ସମସ୍ତ ଜାଗା ଦେଖିବା ସହ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରୁ ଭୁବନେଶ୍ୱର ରେଲୱେ ଷ୍ଟେସନ ,ବାଣୀବିହାର, ଜୟଦେବ ବିହାର, ପଟିଆ ଛକ, ନନ୍ଦନକାନନ ଏବଂ ତ୍ରିଶୁଳିଆରେ ସମୀକ୍ଷା କରାଯାଇଛି।

ଏହି ସମୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,୫ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥ୍ୟୁ ଭାଥନମ, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ। ପରେ ତ୍ରିଶୂଳିଆରେ କଟକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ରୁଟ ଚାର୍ଟର ନକ୍ସା ଦେଖାଇ ଥିଲେ। କାମ କିଭଳି ହେବ ଓ କୋଉ ରୁଟ ଦେଇ କାମ ଚାଲିବ ସେ ନେଇ ବ୍ୟାପକ ଆଲୋଚନା ହୋଇଥିଲା।

Get real time updates directly on you device, subscribe now.