fbpx

୩ହଜାର ଫୁଟ ଉଚ୍ଚରେ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଲା ଦୁଇ ଇଣ୍ଡିଗୋ ବିମାନ, ଅଳ୍ପକେ ବର୍ତ୍ତିଲେ ୪୨୬ ଯାତ୍ରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ବିମାନ ୬ଇ-୨୪୬ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଏଥିରେ ୨୩୮ ଯାତ୍ରୀଙ୍କ ସହ ୬ଜଣ କ୍ରିୟୁ ମେମ୍ବର ଥିଲେ । ମିଳିଥିବା ସୂଚନାନୁଯାୟୀ, ଘଟଣାଟି ଗତ ଜାନୁଆରୀ ୭ତାରିଖରେ ଘଟିଥିଲା । ତେବେ ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲାପରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ବେଙ୍ଗାଲୁରୁ ବିମାନ ବନ୍ଦର ଉପରେ ୨ଟି ଇଣ୍ଡିଗୋ ଏୟାର ଲାଇନ ବିମାନ ମଝିଆକାଶରେ ପ୍ରାୟ ୩ହଜାର ଫୁଟ ଉପରେ ପରସ୍ପର ସହ ଧକ୍କା ହେବାର ପରିସ୍ଥିତି ଉପୁଜିଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ଉଭୟ ବିମାନ ନିଶ୍ଚିତ ବିପଦରୁ ବର୍ତ୍ତି ଯାଇଥିଲେ ।

ଗୋଟିଏ ବିମାନ ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ବେଳେ ଅନ୍ୟଟି ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଉଭୟ ବିମାନ ଜାନୁଆରୀ ୭ତାରିଖ ସକାଳେ ଉଡାଣ ଭରିଥିଲେ । ଦୁଇଟି ବିମାନର ଟେକ୍‌ଅଫ୍‌ ସମୟ ମଧ୍ୟରେ ୫ମିନିଟର ବ୍ୟବଧାନ ଥିଲା । ଉଭୟେ ଏକାସମୟରେ ଆକାଶପଥରେ ପରସ୍ପର ଆଡକୁ ଚାଲିଆସିଥିଲେ । ଫଳରେ ଧକ୍କା ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା । ଠିକଣା ସମୟରେ ରାଡାର ନିୟନ୍ତ୍ରକ ଲୋକେନ୍ଦ୍ର ସିଂ ଏକ ଡାଇଭସିଂ ୩ହଜାର ଫୁଟ ଉଚ୍ଚରେ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଲା ଦୁଇ ଇଣ୍ଡିଗୋ ବିମାନ ହେଡିଂ ଦେବା ପରେ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । ଦୁଇଟି ଯାକ ବିମାନ ଏୟାରବସ ଏ-୩୨୦ ମଡେଲର ରହିଥିଲା । ବେଙ୍ଗାଲୁରୁ କୋଲକାତା ଯାଉଥିବା ବିମାନରେ କ୍ରିୟୁ ମେମ୍ବରଙ୍କୁ ମିଶାଇ ୧୮୨ଜଣ ଯାତ୍ରୀ ଥିଲେ । ବିମାନ ଦୁର୍ଘଟଣା ହୋଇଥିଲେ ୪୨୬ଜଣ ଲୋକ ପ୍ରାଣ ହରାଇବା ଏକ ପ୍ରକାର ନିଶ୍ଚିତ ଥିଲା ବୋଲି ବିଜିସିଏ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ବେଙ୍ଗାଲୁରୁ ବିମାନ ବନ୍ଦରରେ ଦୁଇଟି ରନ୍‌ୱେ ରହିଛି । ଗତ ୭ତାରିଖରେ ଉଭୟ ରନୱେ ବ୍ୟବହାର ଯୋଗ୍ୟ ଥିଲା । ଉତ୍ତରରେ ଥିବା ରନ୍‌ୱେଟି ନିର୍ଗମଣ ପାଇଁ ଉର୍ଦ୍ଦିଷ୍ଟ ଥିବା ବେଳେ ଦକ୍ଷିଣ ରନ୍‌ୱେଟି ଅବତରଣ ପାଇଁ ଉର୍ଦ୍ଦିଷ୍ଟ ଥିଲା । ବିମାନବନ୍ଦରର ଗାଇଡଲାଇନ ଅନୁଯାୟୀ, ଅବତରଣ ଓ ନିର୍ଗମଣ ପାଇଁ ସ୍ୱତନ୍ତ୍ର ଭାବେ ରନ୍‌ୱେ ବ୍ୟବହାର କରାଯିବା କଥା, ମାତ୍ର ଉକ୍ତ ଦିନ ଏହି ଦାୟିତ୍ୱରେ ଥିବା ଅଧିକାରୀ କେବଳ ଉତ୍ତର ରନୱେକୁ ଅବତରଣ ଓ ନିର୍ଗମଣ ପାଇଁ ବ୍ୟବହାର କରିଥିବା ଡିଜିସିଏ ଏହାର ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । କାର୍ଯ୍ୟରେ ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଜିସିଏ ମୁଖ୍ୟ ଅରୁଣ କୁମାର । ସବୁଠାରୁ ବଡ କଥା ହେଲା ଏହି ଘଟଣାକୁ କୌଣସି ଲଗବୁକ୍‌ରେ ରେକର୍ଡ କରାଯାଇନଥିବା ବେଳେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ନିକଟରେ ମଧ୍ୟ ଏହାର ତଥ୍ୟ ନାହିଁ ।

Get real time updates directly on you device, subscribe now.