fbpx

କାନରୁ ବାହାରିଲା ୧୦ଟି ଅସରପା: ଅବସ୍ଥା ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ଜଣେ ବ୍ୟକ୍ତିଙ୍କ କାନରେ ଯନ୍ତ୍ରଣା ଅନୁଭୂତ ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇ ଚେକଅପ୍ କରାଇଲେ । କିନ୍ତୁ ଚେକଅପ୍ ପରେ ଯାହା ଦେଖିବାକୁ ମିଳିଥିଲା, ତାହା ଶୁଣି ଆପଣଙ୍କର ହୋସ୍ ଉଡିଯିବ । ସେହି ବ୍ୟକ୍ତଙ୍କ କାନରେ ଅସରପା ନିଜ ପରିବାର ସହ ରହୁଥିବାର ଦେଖିବାକୁ ମିଳିଥିଲା । ଏହି ଆଶ୍ଚର୍ଯ୍ୟକର ଘଟଣା ଚୀନର ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ଘଟିଛି ।  ତେବେ ଏହି ଅଞ୍ଚଳରେ ୨୪ ବର୍ଷିୟା ଜଣେ ଯୁବକଙ୍କ କାନରେ ବହୁତ ଯନ୍ତ୍ରଣା ହେଉଥିଲା । ଯନ୍ତ୍ରଣା ଦୂରେଇବା ପାଇଁ ସେ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲା । ଡାକ୍ତର ଯାଞ୍ଚ କରି ତାଙ୍କ କାନରୁ ୧୦ରୁ ଅଧିକ ଅସରପା ବାହାର କରିଥିଲେ । ଏହା ବ୍ୟତିତ ଏକ ବଡ ଅସରପା ମଧ୍ୟ କାନରୁ ବାହାର କରିଥିଲେ ଡାକ୍ତର, ଯେ କି ସମସ୍ତ ଅସରପାର ମା ବୋଲି କୁହାଯାଉଛି । କିନ୍ତୁ କେବେଠାରୁ ଅସରପା ବ୍ୟକ୍ତଙ୍କ କାନରେ ରହିଆସୁଥିଲା, ତାହା ଜଣାପଡୁନାହିଁ ବୋଲି ଡାକ୍ତର କହିଛନ୍ତି । ବ୍ୟକ୍ତିର କାନକୁ ଅସରପାମାନେ ବହୁ କ୍ଷତି ପହଞ୍ଚାଇଛନ୍ତି ।

ରିପୋର୍ଟ ଅନୁସାରେ, ସେହି ବ୍ୟକ୍ତି ଜଣକ ନିଜ ବେଡ୍ ପାଖରେ ଖାଦ୍ୟ ଖାଉଥିଲା ଓ ବଳକା ଖାଦ୍ୟ ମଧ୍ୟ ସେଠାରେ ଛାଡି ଦେଉଥିଲା । ଯାହାକୁ ଅସରପା ଖାଇବା ସହ ବ୍ୟାକ୍ତଙ୍କ କାନରେ ଆସି ବଂଶ ବିସ୍ତାର କରିବାରେ ଲାଗିଥିଲା ।

Get real time updates directly on you device, subscribe now.