CHARIDHAM

Mig-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ

ନୂଆଦିଲ୍ଲୀ: ପୁଣି ଏକ mig-୨୧ ଲଢ଼ୁଆ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଭ୍ୟାସ ସମୟରେ ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ତେବେ ପାଇଲଟ୍ ଜଣକ ସୁରକ୍ଷିତ ଥିବା ବାୟୁସେନା ପକ୍ଷରୁ କୁହାଯାଇଛି। ରାଜସ୍ଥାନର ବର୍ମେର ଥରେ ଦୁର୍ଘଟଣା ଘଟିଥିଲା।

ଉଲ୍ଲେଖଯୋଗ୍ୟ ଯେ, ବିଗତ କିଛି ବର୍ଷ ଧରି ମିଗ୍ ୨୧ ବିମାନ ଅଧିକ ଦୁର୍ଘଟଣାର ସମ୍ମୁଖୀନ ହେଉଛି। ଜାନୁଆରୀ ମାସରେ ପଞ୍ଜାବ ର ମୋଗାରେ ଘଟିଥିବା ଦୁର୍ଘଟଣାରେ ଜଣେ ବାୟୁସେନା ଅଧିକାରୀ ପ୍ରାଣ ହରାଇଥିଲେ।