fbpx

ମିଗ୍ ବିମାନ କ୍ରାସ: ଅଧ କିଲୋମିଟର ପର୍ଯ୍ୟନ୍ତ ବିଛାଡି ହୋଇ ପଡିଲା ଭଗ୍ନାଂଶ

ରାଜସ୍ଥାନ: ରାଜସ୍ଥାନରେ ଘଟିଯାଇଛି ଏକ ହୃଦୟଥରା ଘଟଣା । ବାଡମେରରେ ଏକ ମିଗ ବିମାନ କ୍ରାସ ହୋଇଥିବା ନେଇ ଖବର ସାମନାକୁ ଆସିଛି । ତେବେ ଏହି ବିମାନରେ ୨ ଜଣ ପାଇଲଟ ରହିତିବା ଜଣାଯାଇଛି । ଏହି ଦୁର୍ଘଟଣାର ଭିଡିଓ ଏବେ ହସ୍ତଗତ ହୋଇଛି । ଭିଡିଓରେ ଖୁବ ଭୟଙ୍କର ଭାବେ ବିମାନ ଦୁର୍ଘଟରା ଦେଖାଯାଇଛି । ଦୁର୍ଘଟଣା ଏତେ ଭୟାନକ ରହିଥିଲା ଯେ, ଦୁର୍ଘଟଣା ପରେ ବିମାନର ଭଗ୍ନାଂଶ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ବିଛାଡି ହୋଇ ପଡିଥିଲା ।

ରାତି ପ୍ରାୟ ୯ଟା ସମୟରେ ଏପରି ଏକ ଅଘଟଣ ଘଟିଯାଇଛି । ବାଡମେର ବାୟତୁ ଥାନା ଅନ୍ତର୍ଗତ ଭୀମଡା ଗ୍ରାମରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଖବର ପାଇ ଜିଲ୍ଲାପାଳ, ଏସପିଙ୍କ ସମେତ ବାୟୁସେନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଏହି ଦୁର୍ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ଏହି ବିମାନ ମିଗ୍-୨୧ ବୋଲି ଅନୁମାନ କରାଯାଉଛି । ତେବେ ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Get real time updates directly on you device, subscribe now.