fbpx

କ୍ଷୀର ନା ଅମୃତ ! ଲିଟରକୁ ୧୦ ହଜାର ଟଙ୍କାରେ ବିକ୍ରି ହେଉଛି, ଏମିତି ରହିଛି କାରଣ

ନୂଆଦିଲ୍ଲୀ: ଗଧ କ୍ଷୀର ଲିଟର୍ ପିଛା ୧୦ ହଜାର ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ତଥ୍ୟଟି ଏକଦମ୍ ସତ୍ୟ । କିଛି ଦିନ ହେବ ମହାରାଷ୍ଟ୍ରର ଉତ୍ସାନାବାଦ୍ ଜିଲ୍ଲାରେ ଗଧ କ୍ଷୀର ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଲିଟର୍ ପିଛା ୧୦ ହଜାର ଟଙ୍କାରେ ଗଧ କ୍ଷୀର ବିକ୍ରି କରଯାଉଛି । ଆଉ ଏହାକୁ ନେବା ପାଇଁ ଲୋକଙ୍କ ଲାଇନ୍ ଲାଗୁଛି । ଏମିତିରେ ବି ଗଧ କ୍ଷୀର ଖୁବ୍ ମହଙ୍ଗା ହୋଇଥାଏ । କିନ୍ତୁ ଏବେ କିଛି ଦିନ ହେବ ଏହାର ଦାମ୍ ଖୁବ୍ ବଢ଼ିଯାଇଛି । ଏପରି ପ୍ରଥମ ଥର ପାଇଁ ହୋଇଛି ଯେ, କ୍ଷୀର ଲିଟର୍ ପିଛା ୧୦ ହଜାର ଟଙ୍କାରେ ପହଞ୍ଚିଛି ।

ଏହି ମାମଲା ମହାରାଷ୍ଟ୍ରର ଉତ୍ସାନାବାଦ୍ ଜିଲ୍ଲାରୁ ଆସିଛି । ଏହି ଜିଲ୍ଲାର ଉମରଗା ତହସିଲରେ ମାଇକ୍ ଲଗାଇ ଏହି କ୍ଷୀରକୁ ବିକ୍ରି କରାଯାଏ । ଆଉ ଲୋକ ମାନେ ଏହାକୁ ଅଧିକ ଟଙ୍କା ନେଇ କିଣନ୍ତି । ଏହି ବ୍ୟବସାୟ କରୁଥିବା ପରିବାର ଅନ୍ୟ ଏକ ଜିଲ୍ଲାରୁ ଉତ୍ସାନାବାଦ୍ କୁ ଆସି କ୍ଷୀର ବ୍ୟବସାୟ କରନ୍ତି । ଏଥିରୁ ସେମାନେ ଖୁବ୍ ଭଲ ବ୍ୟବସାୟ କରୁଛନ୍ତି । ପରିବାର ଲୋକେ କହିଛନ୍ତି ଯେ, ଏହି କ୍ଷୀର ବ୍ୟବସାୟ ହେଉଛି ତାଙ୍କର ବଂଶଗତ ବ୍ୟବସାୟ ।

ଖାଲି ସେତିକି ନୁହେଁ ସେମାନେ ବିଭିନ୍ନ ରାଜ୍ୟକୁ ରାଜ୍ୟ ବୁଲି ବୁଲି ମଧ୍ୟ ଏହି କ୍ଷୀର ବ୍ୟବସାୟ କରନ୍ତି । କୁହାଯାଏ ଯେ, ଗଧ କ୍ଷୀରରେ ପୋଷକ ତତ୍ତ୍ୱ ରହିଛି । ଯାହା ଆମ ଶରୀର ପାଇଁ ଖୁବ୍ ଉପଯୋଗୀ । ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ୍ ଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ଏହା ଖୁବ୍ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.