fbpx

OPSC ପକ୍ଷରୁ ସୂଚନା: ଅଗଷ୍ଟ ୧୧ରେ ହେବ ମାଇନିଂ ଅଧିକାରୀ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଇନିଂ ଅଧିକାରୀ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏହି ପଦର ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଦୁଇଟି ଶିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାକୁ ନେଇ ଓପିଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଅଗଷ୍ଟ ୧୧ ତାରିଖ (ରବିବାର) ଦିନ ଏହି ଲିଖିତ ପରୀକ୍ଷା ତାରିଖ ଅନୁଷ୍ଠିତ ହେବ । ସକାଳ ୯ରୁ ୧୧ଟା ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟ ଓ ଦ୍ୱିପ୍ରହର ୧ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ଶିଫ୍ଟ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଶିଫ୍ଟରେ ପେପର-୧ରେ ଜେନେରାଲ ଷ୍ଟଡିଜ ଆଣ୍ଡ ଆୱାରନେସ୍ ବିଷୟ ରହିଥିବା ବେଳେ ଦ୍ୱିତୀୟ ଶିଫ୍ଟରେ ପେପର-୨ରେ ମାଇନିଂ ଇଞ୍ଜିନିୟରିଂ ବିଷୟ ରହିଛି । କଟକର ଦୁଇଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀଙ୍କର ରୋଲ ନମ୍ବରର ଏକ ଲିଷ୍ଟ ୱେସାଇଟରେ ଜାରି କରାଯାଇଛି । ପ୍ରର୍ଥୀମାନେ ଅଗଷ୍ଟ ୫ ତାରିଖରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.