fbpx

ଶେଷରେ ବନ୍ଧାହେଲେ ପଶ୍ଚିମବଙ୍ଗର ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ: ୨୦ କୋଟି ଜବତ ପରେ ଗିରଫ କଲା ED

Advertisement

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ଜବତ ପରେ ତାଙ୍କୁ ଇଡି ଗିରଫ କରିଥିବା ନେଇ ସୂଚନା ମିଳିଛି ।

ତେବେ ଗତକାଲି ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଚଢ଼ାଉ କରିଥିଲା ଇଡି । ୨୬ ଘଣ୍ଟାର ମାରାଥନ ଜେରା ପକୟରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅବଶ୍ୟ ସକାଳେ ପାର୍ଥଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଥିବା ଖବର ସାମ୍ନାକୁ ଆସିଥିଲା । ଫଳରେ ୨ ଡାକ୍ତରଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନା ଅନୁସାରେ, ପାର୍ଥ ଚାଟାର୍ଜୀଙ୍କୁ ଗିରଫ ପରେ ମେଡିକାଲ ନିଆଯାଉଛି ।

ତେବେ ମମତା ବାନାର୍ଜୀଙ୍କ ସରକାରରେ ଥିବା ମନ୍ତ୍ରୀ ପାର୍ଥଙ୍କ ସମ୍ପର୍କୀୟ କୁହାଯାଉଥିବା ଅର୍ପିତ ମୁଖାର୍ଜୀଙ୍କ ଘରେ ଇଡି ରେଡ କରିବାରୁ ପ୍ରାୟ ୨୦ କୋଟି ଟଙ୍କାର କ୍ୟାସ ଜବତ ହୋଇଛି । ପାର୍ଥଙ୍କ ଘରେ ମଧ୍ୟ ଶୁକ୍ରବାରଠାରୁ ଚଢ଼ାଉ ଜାରି ରହିଛି । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି କି ଅର୍ପିତା ମୁଖାର୍ଜୀ କିଏ ଓ ସେ ପାର୍ଥ ଚାଟାର୍ଜୀଙ୍କ ସର୍ମ୍ପକୀୟ କିପରି ହେଲେ?

ଇଡିରେ ଚଢ଼ାଉ ପରେ ଚର୍ଚ୍ଚାକୁ ଆସିଥିବା ଅର୍ପିତା ମୁଖାର୍ଜୀ ବଙ୍ଗଳା ଫିଲ୍ମରେ କାମ କରିଛନ୍ତି । ଅବଶ୍ୟ ସେ ଫିଲ୍ମରେ ବହୁତ କମ୍ କାମ କରିଛନ୍ତି । ଅର୍ପିତା ନିଜ ଫିଲ୍ମ କ୍ୟାରିୟରରେ ଅଧିକାଂଶ ସାଇଡ ରୋଲ କରିଛନ୍ତି । ସେ ବଙ୍ଗଳା ଫିଲ୍ମ ବ୍ୟତୀତ ଓଡ଼ିଆ ଓ ତାମିଲ ଫିଲ୍ମରେ ବି କାମ କରିଛନ୍ତି । ଅର୍ପିତା ମୁଖାର୍ଜୀ ବଙ୍ଗଳା ଫିଲ୍ମର ସୁପରଷ୍ଟାର ପ୍ରେସେନଜିତ ଓ ଜିତର ଲିଡ ରୋଲ ଥିବା କିଛି ଫିଲ୍ମରେ ସରାଇଡ ରୋଲ କରିଛନ୍ତି । ଅର୍ପିତ ଏବେ ଇଡି ରେଡରୁ ମିଳିଥିବା ୨୦ କୋଟିକୁ ନେଇ ଚର୍ଚ୍ଚାରେ ଅଛନ୍ତି । କେନ୍ଦ୍ର ଏଜେନ୍ସି ଅନୁସାରେ, ଶିକ୍ଷା ଭର୍ତ୍ତି ଘୋଟାଲାର ଯାଞ୍ଚ ସମୟରେ ଏଥିରେ ଅର୍ପିତାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.