ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ବିଷୟରେ ରାଜ୍ୟସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ସ୍ଥିତି ଜାଣିବା ପାଇଁ ରାଜ୍ୟସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ ବର୍ତ୍ତମାନ ଇସ୍ରାଏଲରେ ପ୍ରାୟ ୩୨,୦୦୦ ଭାରତୀୟ ଶ୍ରମିକ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅକ୍ଟୋବର ୨୦୨୩ ରୁ ପ୍ରାୟ ୧୨,୦୦୦ ଶ୍ରମିକ ଇସ୍ରାଏଲରେ ପହଞ୍ଚିଛନ୍ତି ।
ଭାରତ-ଇସ୍ରାଏଲ ଚୁକ୍ତି ଅନୁଯାୟୀ ଭାରତୀୟ ଶ୍ରମିକମାନଙ୍କୁ ଇସ୍ରାଏଲ ନାଗରିକଙ୍କ ଭଳି ଶ୍ରମିକ ଅଧିକାର ଦିଆଯିବ । ସେମାନଙ୍କୁ ଉପଯୁକ୍ତ ବାସଗୃହ, ଚିକିତ୍ସା ବୀମା ଓ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ । ଏହି ସଂଘର୍ଷରେ ଦୁଇ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ୨୦୨୪ ମାର୍ଚ୍ଚରେ ଲେବାନନ୍ ଆକ୍ରମଣରେ ଜଣେ ପ୍ରାଣ ହରାଇଥିବା ବେଳେ ୨୦୨୪ ମେ’ ମାସରେ ଗାଜାରେ ଅନ୍ୟ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାବ୍ୟତୀତ ୩ ଜଣ ଭାରତୀୟ ନାଗରିକ ଆହତ ହୋଇଛନ୍ତି ।
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ସାଂସଦ ପିପି ସୁନୀର ଗତ ନଭେମ୍ବର ୨୮ ତାରିଖରେ ରାଜ୍ୟସଭାରେ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ବିଷୟରେ ଉଠାଇଥିବା ପ୍ରଶ୍ନର ଉତ୍ତରରେ ଏହି ବୟାନ ଜାରି କରାଯାଇଛି ।