ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଦୁଇ ସେନା ଅଧିକାରୀ ନିଜ ଦୁଇ ବାନ୍ଧବୀଙ୍କ ସହ ରାତିରେ ବୁଲିବାକୁ ଯାଇଥିବା ବେଳେ ଘଟିଯାଇଛି ଅଘଟଣ । ସେନା ଅଧିକାରୀଙ୍କଠାରୁ ସବୁ ଟଙ୍କା ଲୁଟିନେବା ସହ ୬ ଦୁର୍ବୃତ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥିବା ହୋଇଛି ଅଭିଯୋଗ । ପୋଲିସ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଜାଲ ବିଛାଇଛି ।
ସୂଚନା ମୁତାବକ, ଇନ୍ଦୋର ଜିଲ୍ଲାର ମହୁ ତହସିଲସ୍ଥିତ ଜାମଗେଟ ଏକ ପର୍ଯ୍ୟଟନସ୍ଥଳୀ । ମହୁ ଇମ୍ଫ୍ରେଟି ସ୍କୁଲର ଦୁଇ ଯୁବ ସେନା ଅଧିକାରୀ ରାତିରେ ଟ୍ରେନିଂ ସାରି ପ୍ରାୟ ଦୁଇଟାରେ କାମଗେଟକୁ ନିଜ ଦୁଇ ବାନ୍ଧବୀଙ୍କ ସହ ଯାଇଥିଲେ । ସେଠାରେ ୬ ଜଣ ଦୁର୍ବୃତ୍ତ ପହଞ୍ଚି ଦୁଇ ଅଧିକାରୀଙ୍କୁ ନିଜ ଅକ୍ତିଆରକୁ ନେବା ସହ ସେମାନଙ୍କ ନିକଟରୁ ସବୁ ଟଙ୍କା, ପଇସା ଛଡାଇ ନେଇଥିଲେ । ପରେ ଜଣେ ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଅଟକ ରଖି ଅନ୍ୟ ଦୁଇ ଜଣଙ୍କୁ ୧୦ ଲକ୍ଷ ଟଙ୍କା ଆଣିବାକୁ କହି ଛାଡି ଦେଇଥିଲେ ।
ସେମାନେ ସେନା କ୍ୟାମ୍ପକୁ ଫେରି ସବୁ ବିଷୟରେ କହିଥିଲେ । ଅଟକ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଏକ କୋଣକୁ ନେଇ ଯାଇଥିବା ବେଳେ ମହିଳାଙ୍କ ଚିକ୍ରାର ସେମାନଙ୍କ କାନରେ ପଡିଥିବା ବରିଷ୍ଠଙ୍କୁ ଜଣାଇଥିଲେ ଦୁହେଁ ।ବରିଷ୍ଠ ଅଧିକାରୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସକୁ ଦେଖି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।
ପୋଲିସ ବୁଧବାର ସନ୍ଧ୍ୟା ସୁଦ୍ଧା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେପିକୁ ଘେରିଛି କଂଗ୍ରେସ ଓ ବିଏସପି । ମଧ୍ୟପ୍ରଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡିବା ସହ ଅରାଜକତା ବୃଦ୍ଧି ହୋଇଥିବା କହି ବିଜେପିକୁ ଦାବି କରୁଛନ୍ତି ବୋରିଧୀ ।