fbpx
BJD SKY
BJD SKY

ନାବାଳକ ଛାତ୍ରକୁ ଅସଦାଚରଣ କଲେ ଟ୍ୟୁସନ୍ ସାର୍, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

BJD

ଧର୍ମଶାଳା (ଭାସ୍କର ନ୍ୟୁଜ୍‌) : ନାବାଳକ ଛାତ୍ରକୁ ଅସଦାଚରଣ କରିବା ଅଭିଯୋଗରେ ଶିକ୍ଷକ ଗିରଫ । ଏଭଳି ଅଭାବନୀୟ ଘଟଣା ଧର୍ମଶାଳା ଥାନା ଜାରକା ପଞ୍ଚାୟତ ଜାମୁବଣିଆ ଗ୍ରାମରେ ଘଟିଛି ।

ଅଭିଯୋଗ ମୁତାବକ, ଏହି ଥାନା କୁମାରୀ ଅଞ୍ଚଳର ଶିକ୍ଷକ ଆଶୁତୋଷ ମୁଦୁଲି ପ୍ରତିଦିନ ପରି ଜାମୁବଣିଆ ଗ୍ରାମର ଜଣଙ୍କୁ ଘରକୁ ଯାଇ ଟ୍ୟୁସନ୍ କରିଥାନ୍ତି । ତେବେ ସୋମବାର ସନ୍ଧ୍ୟାରେ ଶିକ୍ଷକ ଜଣକ ଟ୍ୟୁସନ୍  କରିବାକୁ ଯାଇଥିବା ସମୟରେ ଘରେ କେହି ନଥିବାରୁ ଉକ୍ତ ୧୦ ବର୍ଷର ନାବାଳକ ଛାତ୍ରକୁ ଅସଦାଚରଣ କରିଥିଲେ । ଘରକୁ ବାପା ମା’ ଫେରିବା ପରେ ଉକ୍ତ ନାବାଳକ ଜଣକ ସବୁ କଥା କହିଥିଲା । ଏନେଇ ମଙ୍ଗଳବାର ଉକ୍ତ ନାବାଳକ ଛାତ୍ରର ମା’ ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଧର୍ମଶାଳା ପୋଲିସ ୪୧୮/୨୧ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା । ମଙ୍ଗଳବାର ସନ୍ଧ୍ୟାରେ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରାଯାଇଥରବା ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.