fbpx

ପିଇଓ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍

ଢେଙ୍କାନାଳ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପିଇଓ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକାରଗୋଲା ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ସନ୍ତୋଷ ସାହୁଙ୍କ ଘରେ ରେଡ୍ ହୋଇଛି । ସନ୍ତୋଷଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍ ଏକକାଳୀନ ଚଢାଉ କରିଛନ୍ତି ।

ଜଣେ ଡିଏସପିଙ୍କ ନେତୃତ୍ୱରେ ୭ ଜଣ ଆଇଆଇସି ଚଢ଼ାଉ କରୁଛନ୍ତି । ସନ୍ତୋଷଙ୍କ ଗୋଟିଏ ୩ ମହଲା କୋଠା ଓ ୨ଟି ଏକ ମହଲା କୋଠା ଠାବ ହୋଇଛି । ଚଢ଼ାଉ ଚାଲିଥିବାରୁ ସନ୍ତୋଷଙ୍କର କେତେ ସମ୍ପତ୍ତି ଅଛି, ତାହା ସ୍ପଷ୍ଟ ହୋଇପାରିନାହିଁ ।

Get real time updates directly on you device, subscribe now.