CHARIDHAM

ଜଗତା ନାଳରେ ଭାସିଗଲା ନାବାଳକ: ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି

ବେଗୁନିଆପଡା(ଓଡ଼ିଶା ଭାସ୍କର): ଲଗାଣ ବର୍ଷାରେ କୋଦଳା ନିକଟସ୍ଥ ଜଗତା ନାଳରେ ଯାଉଥିବା ବଢି ପାଣିରେ ଭାସିଗଲା ୧୫ ବର୍ଷର ନାବାଳକ ଆକାଶ ନାହାକ। ପ୍ରାପ୍ତ ସୂଚନା ଅନୁଯାୟୀ କୋଦଳା ଥାନା ଅନ୍ତର୍ଗତ ସାନ ଉସ୍ତ।ପଡା ପଞ୍ଚାୟତର ରାଣୀପଡା ଗ୍ରାମର ଟିଟୁ ନାହାକଙ୍କ ପୁଅ ଆକାଶ ତାଙ୍କ ସାଙ୍ଗ ସହିତ ନିକଟସ୍ଥ ଜଗତା ନାଳକୁ ଗାଧୋଇବାକୁ ଯାଇଥିଲେ।

ସେଠାରେ ପାଣି ସୁଅରେ ସେ ଭାସି ଚାଲିଯାଇଥିଲେ। ଲୋକ ସେଠାରେ ରୁଣ୍ଡ ହୋଇ ବହୁ ଖୋଜାଖୋଜି କରିବା ପରେ ଆକାଶ କୁ ପାଇନଥିଲେ। ଘଟଣା ସ୍ଥଳରେ କୋଦଳା ଦମକଳ ବାହିନୀ ପହଁଚି ଖୋଜିବା ପାଇଁ ଚେଷ୍ଟା ଜାରି ରଖିଛି।