fbpx

ଲଜ୍ଜା! ନାବାଳିକାକୁ ଦୁଷ୍କର୍ମ ପରେ ମାରିଦେଲେ ଦୁର୍ବୃତ୍ତ

ନବରଙ୍ଗପୁର: ନବରଙ୍ଗପୁରରେ ଲଜ୍ଜା । ସୀମା ଟପିଲା ପାଶବିକତା । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ମୃତ ନାବାଳିକାର ବୟସ 10 ବର୍ଷ ବୋଲି ଜଣାପଡିଛି । ସ୍କୁଲ ପଛ ବୁଦା ନିକଟରୁ ଛାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଘଟିଛି ଏହି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ନାବାଳିକାଜଣକ ଶୌଚ ପାଇଁ ଯାଉଛି କହି ଘରୁ ବାହାରି ଯାଇଥିଲେ । ହେଲେ ବହୁ ବିଳମ୍ବିତ ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେ । ଏହାକୁ ନେଇ ପରିବାର ଲୋକେ ଚିନ୍ତିତ ହେବା ସହିତ ଚାରିଆଡେ ଖୋଜାଖୋଜି କରିଥିଲେ ହେଁ ଖବର ପାଇନଥିଲେ । ପରେ ବହୁ ଖୋଜାଖୋଜି କରି ରାତି ପ୍ରାୟ 8ଟା ସମୟରେ ସ୍କୁଲ ପଛପଟୁ ହାତ ଗୋଡ ବନ୍ଧା ରକ୍ତାକ୍ତ ମୃତଦେହ ପାଇଥିଲେ । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ତେନ୍ତୁଳିଖୁଣ୍ଟି ଏବଂ ନବରଙ୍ଗପୁର ପୋଲିସ ସାଇଣ୍ଚିଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ପ୍ରାଥମିକ ତଦନ୍ତରୁ 3 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.