କେନ୍ଦୁଝରରେ ଲଜ୍ଜା: ନିରୀହ ବାଳିକାକୁ ଦୁଷ୍କର୍ମ କଲେ, ପରେ ମାରିଦେଲେ, ଥାନାରେ ଅଭିଯୋଗ
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା!
କେନ୍ଦୁଝର: ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। କେନ୍ଦୁଝରର ପଣ୍ଡାପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଅଣାଯାଇଛି।
ଥାନାରେ ଏହି ଅଭିଯୋଗ ପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଝିଅର ପରିବାର ଲୋକେ ନ୍ୟାୟ ପାଇଁ ଦାବି କରୁଛନ୍ତି। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ ପାଇଛି।
ସୂଚନାନୁଯାୟୀ, ଗଛରୁ ଝୁଲନ୍ତା ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ପ୍ରେମ ବ୍ୟାପାରକୁ ନେଇ ଜଘନ୍ୟକାଣ୍ଡ ଘଟିଥିବା ସୂଚନା ମିଳିଥିଲା। ଏହି ହତ୍ୟାରେ ୨ରୁ ୩ଜଣ ଯୁବକ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରୁ ଅଭିଯୁକ୍ତ ଡ୍ରେସ୍ ଜବତ କରିଥିଲା ପୋଲିସ।
16 ତାରିଖ ଦିନ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ବେଳାଭୂମିରେ ବୁଲିବାକୁ ଯାଇଥିବା ବେଳେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ 10 ଜଣଙ୍କୁ ଗିରଫ କରିଛି।