fbpx

ଦେଶର ନିର୍ଦ୍ଦିଷ୍ଟ ବର୍ଗ ନେଉନାହାନ୍ତି ଟିକା, ବିବାଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଡେରାଡୁନ: କରୋନା ସମୟରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନେଇ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ଏକ ବିବାଦୀୟ ବୟାନ ଦେଇଛନ୍ତି । ଭାରତବର୍ଷରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ କରୋନା ଭ୍ୟାକ୍ସିନଠାରୁ ଦୂରେଇ ରହୁଛନ୍ତି । ଏହି ସମ୍ପ୍ରଦାୟଙ୍କ ମଧ୍ୟରେ ଏବେ ବି ଦ୍ୱନ୍ଦ୍ୱ ଓ ଆଶଙ୍କା ଭରି ରହିଛି, ଯାହାକି ଦୂର କରାଯିବା ଦରକାର । ବିଶ୍ୱ ରକ୍ତଦାନ ଦିବସ ଅବସରରେ ସେ ଏହି ବୟାନ ଦେଇଥିବା ଜଣାପଡ଼ିଛି ।

ସେ କହିଛନ୍ତି ଯେ, କରୋନାରୁ ମୁକ୍ତି ପାଇବା ପାଇଁ ଭ୍ୟାକ୍ସିନ ଜରୁରୀ, କାରଣ ଏହା ଶରୀରରେ ଇମ୍ୟୁନିଟି ପାୱାର ବଢ଼ାଇଥାଏ । ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଟିକାକରଣ ପାଇଁ ସେ ନିଜେ ବିଭିନ୍ନ ସାମାଜିକ ସଂଗଠନ ଓ ମିଡ଼ିଆକୁ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି । ଲୋକମାନେ ଟିକା ନନେଲେ, ବୀମାରୀର ଅନ୍ତ ଘଟିବନି ବୋଲି ସେ କହିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ସେ କରୋନାକୁ ନେଇ ବିବାଦୀୟ ବୟାନ ଦେଇଥିଲେ ।

Get real time updates directly on you device, subscribe now.