fbpx

ଗର୍ଭପାତର ମେଡିସିନ୍ ଖାଇବା ଦ୍ୱାରା ଶିଶୁଠାରେ ବଢ଼ିଥାଏ କ୍ୟାନ୍ସରର ବିପଦ, ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

Advertisement

ନୂଆଦିଲ୍ଲୀ: ନିକଟ ଅତୀତରେ ଗର୍ଭପାତ ହାର ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି । ଗର୍ଭପାତ ପାଇଁ ମହିଳାମାନେ ବିଭିନ୍ନ ଔଷଧ ବ୍ୟବହୃତ କରୁଛନ୍ତି । କିନ୍ତୁ ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଗର୍ଭପାତ ଔଷଧ ଶରୀର ପାଇଁ ବିପଜ୍ଜନକ । ଏହାରି ମଧ୍ୟରେ ହ୍ୟୁଷ୍ଟନ୍ ସ୍ଥିତ ଟେକ୍ସାସ୍ ୟୁନିଭରସିଟି ହେଲ୍ଥ ସାଇନ୍ସ ସେଣ୍ଟରର ବିଶେଷଜ୍ଞମାନେ ଏକ ବଡ଼ ଖୁଲାସା କରିଛନ୍ତି । ବିଶେଷଜ୍ଞଙ୍କ ମତରେ, ଗର୍ଭପାତ ପାଇଁ ବ୍ୟବହୃତ ହେଉଥିବା ମେଡିସିନ୍ ଗର୍ଭାଶୟର ସମ୍ପର୍କରେ ଆସିବା କାରଣରୁ କ୍ୟାନ୍ସର ହେବାର ବିପଦ ଅଧିକ ବଢ଼ିଥାଏ ।

ଆମେରିକାର ‘American Journal of Obstetrics and Gynecology’ ଅଧ୍ୟୟନରେ ଏହା ଦର୍ଶାଯାଇଛି । ତେବେ ୧୭-ଓଏଚପିସି ହେଉଛି ଏକ ସିନ୍ଥେଟିକ୍ ପ୍ରୋଜେଷ୍ଟୋଜେନ୍ ଯାହା ୧୯୫୦ ଏବଂ ୧୯୬୦ ଦଶକରେ ମହିଳାମାନେ ବାରମ୍ବାର ବ୍ୟବହୃତ କରୁଥିଲେ ଏବଂ ଆଜି ବି ସମୟ ପୂର୍ବରୁ ଜନ୍ମକୁ ରୋକିବା ପାଇଁ ଏହାର ବ୍ୟବହାର କରାଯାଉଛି । ପ୍ରୋଜେଷ୍ଟେରନ୍ ଗର୍ଭଧାରଣ ସମୟରେ ଭ୍ରୃଣକୁ ବଢ଼ାଇବାରେ ସାହାଯ୍ୟ କରେ । ଏହା ଦ୍ୱାରା ମହିଳାଙ୍କୁ ଶୀଘ୍ର ପ୍ରସବ କରିବା କଷ୍ଟକର ହୋଇଥାଏ, ଯାହାଫଳରେ ଗର୍ଭପାତର ଆଶଙ୍କା ବଢ଼ିଥାଏ ।

ପ୍ରଫେସର କ୍ୟାଟଲିନ ସିଂ କହିଛନ୍ତି ଯେ, ‘ଗର୍ଭାବସ୍ଥାରେ ମେଡିସିନ୍ ନେଇଥିବା ମହିଳାଙ୍କଠାରୁ ଜନ୍ମ ହୋଇଥିବା ଶିଶୁଙ୍କ ଠାରେ ବିନା ମେଡିସିନ୍ ନେଇଥିବା ମହିଳାଙ୍କ ଶିଶୁଙ୍କ ତୁଳାନରେ କ୍ୟାନ୍ସରର ବିପଦ ଅଧିକ ରହିଥାଏ ।

ଏହା ସହ ମର୍ଫି କହିଛନ୍ତି ଯେ, ‘ଆମେ ୧୯୬୦ ମସିହାରେ ଓ ଏହାପରେ ଜନ୍ମ ହୋଇଥିବା ଲୋକଙ୍କଠାରେ କଲୋରେକ୍ଟଲ୍ କ୍ୟାନ୍ସର, ପାନ୍କ୍ରିଏଟିକ୍ କ୍ୟାନ୍ସର, ଥାଇରଏଡ୍ କ୍ୟାନ୍ସର ଓ ଅନ୍ୟାନ୍ୟ ଅନେକ କର୍କଟ ଦେଖିଛୁ ଓ ଏହାର କାରଣ କେହି ଜାଣି ନାହାଁନ୍ତି ।’

Get real time updates directly on you device, subscribe now.