fbpx

ମନ୍ଦିରରେ ବସିଥିଲେ ଯୁବକ ଯୁବତୀ, ଲଭ୍ ଜିହାଦ କହି ଧୁମ୍ ପିଟିଲେ ଦୁବୃର୍ତ୍ତ, video ଭାଇରାଲ୍‌

ବରେଲୀ: ଉତ୍ତରପ୍ରଦେଶ ବରେଲୀରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି କିଛି ଲୋକ ମନ୍ଦିରରେ ବସିଥିବା ଯୁବକ ଓ ଯୁବତୀଙ୍କୁ ଗାଳି ଦେବା ସହ ପିଟୁଥିବାର ନଜର ଆସୁଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି କି ଯୁବକ ଯୁବତୀ ଗୋଟିଏ ଯାଗାରେ ବସିଛନ୍ତି । ଏହି ସମୟରେ କିଛି ଲୋକ ଆସି ପଚାରୁଛନ୍ତି, ତୁମେ ୨ ଜଣ ଏଠାରେ କ’ଣ କରୁଛ ? ତୁମକୁ କ’ଣ ଜଣାନାହିଁ ଏଠାରେ ଲେଖାଯାଇଛି ଯେ, ମୁସଲମାନଙ୍କୁ ଏଠାକୁ ଆସିବାକୁ ମନା ବୋଲି । ଏହା ବ୍ୟତିତ ତୁ ଜଣେ ହିନ୍ଦୁ ମହିଳାଙ୍କ ସହ ବସି କାହିଁକି କଥା ହେଉଛୁ ବୋଲି ତାଙ୍କୁ ପଚାରିଥିଲେ । ଏହାପରେ ସେମାନେ ଲଭ୍ ଜିହାଦର ଅଭିଯୋଗ ଲଗାଇ ଯୁବକଙ୍କୁ ଅତି ନିର୍ଦ୍ଦୟ ଭାବରେ ପିଟୁଥିବାର ଭିଡିଓରେ ଦେଖିବାକୁ ମିଳୁଛି । ଏହି ସମୟରେ ଯୁବତୀଙ୍କ ସହ ଆସିଥିବା ଅନ୍ୟଜଣେ ଝିଅ କାହାକୁ ଫୋନ୍ କରି ସାହାଯ୍ୟ ମାଗୁଥିବାର ଦେଖାଯାଉଛି ।

ଏହି ମାମଲାରେ ବରେଲୀ ପୋଲିସ ଏକ୍ସରେ ଲେଖିଛନ୍ତି , ଏହି ଘଟଣାରେ ନିୟମ ଅନୁସାରେ ମୋକଦ୍ଦମା ପଞ୍ଜୀକୃତ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି । ଭିଡିଓ ଆଧାରରେ ଅନ୍ୟମାନଙ୍କୁ ଚିହ୍ନଟ କରାଯିବାକୁ ଚେଷ୍ଟା ଚାଲିଛି ।

Get real time updates directly on you device, subscribe now.