fbpx
BJD SKY
BJD SKY

ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବ ପୋଲିସ: ଆଜିଠୁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ୍‌, ୨୫ ତାରିଖ ଯାଏଁ ଚାଲିବ

BJD

ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍‌): ରାଜ୍ୟ ସରକାର ପ୍ରତି ବର୍ଷ ଏକ ସ୍ୱତନ୍ତ୍ର ଡ୍ରାଇଭ୍‌ କରି ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରୁଛନ୍ତି । ଶିଶୁ ନିଖୋଜ ନେଇ ପରିବାର ବର୍ଗ ଏତଲା ଦେବା ପରେ ପୋଲିସ ତଦନ୍ତ କରି ସେମାନଙ୍କୁ ଉଦ୍ଧାର କରୁଛି । ଅନ୍ୟପକ୍ଷେ ପ୍ରତିବର୍ଷ ଏପ୍ରିଲ୍‌ରେ ରାଜ୍ୟ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ୍‌ କରାଯାଇ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଏହି ସ୍ୱତନ୍ତ୍ର ଡ୍ରାଇଭ୍‌ ଆସନ୍ତା ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ପୁଲିସ ନିଖୋଜ ପିଲାଙ୍କୁ କିପରି ଉଦ୍ଧାର କରିବ ସେ ନେଇ ବ୍ରହ୍ମୁର ଏସ୍‌ପି ପିନାକ ମିଶ୍ର ବ୍ରହ୍ମପୁର ପୋଲିସ ଜିଲ୍ଲାର ୧୩ଟି ଥାନାର ଅଧିକାରୀଙ୍କ ସହ ଆଭାସୀରେ ଆଲୋଚନା କରିଛନ୍ତି । ଚଳିତ ବର୍ଷ ଏହି ସ୍ୱତନ୍ତ୍ର ଡ୍ରାଇଭ୍‌ ଯେପରି ଜିଲ୍ଲାରେ ଫଳପ୍ରଦ ହେବ ଏବଂ ଅନେକ ଶିଶୁ ଯେପରି ଉଦ୍ଧାର ହେବେ ସେ ନେଇ ଏସ୍‌ପି ଥାନା ଅଧିକାରୀଙ୍କୁ କହିଥିଲେ । ଏହି ସ୍ୱତନ୍ତ୍ର ଡ୍ରାଇଭେରେ କେଉଁ ଥାନାରେ କେତେ ମାମଲା ରହିଛି ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ଏସ୍‌ପି କହିଥିଲେ । ଜରଡ଼ା ଥାନାରେ ୮ଟି, କେ.ନୂଆଗାଁ ଥାନାରେ ୪ଟି, ଦିଗପହଣ୍ଡି ଥାନାରେ କରିଥିଲେ । ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ପୋଲିସ ଜିଲ୍ଲାରେ ମୋଟ ୩୬୧ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯଇଛି । ନିଖୋଜ ଶିଶୁଙ୍କ ଉଦ୍ଧାର ନିମନ୍ତେ ସ୍ୱତନ୍ତ୍ର ଡ୍ରାଇଭ୍‌ ହେବ ଏବଂ କୌଣସି ସୁରାକ କିମ୍ବା ସୂଚନା ମିଳିଲେ ଟିମ୍‌ ବାହାର ଜିଲ୍ଲା ଏବଂ ବାହାର ରାଜ୍ୟକୁ ମଧ୍ୟ ଯାଇ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.