fbpx
BJD SKY
BJD SKY

ଲାଇନମ୍ୟାନ୍ ହେବେ ମିଶନ ଶକ୍ତି ମହିଳା: ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଋଣ ପ୍ରଦାନ ଲକ୍ଷ୍ୟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତିରାଜ ଜନପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମନ୍ତ୍ର । ସେ କହିଛନ୍ତି ଯେ, ‘ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ । ଆସନ୍ତା ୧୨ ମାସ ମଧ୍ୟରେ ଏହି ଫେଡେରେସନ ଗଠନ ହେବ । ନିଷ୍ପତ୍ତି ନେବା ଦକ୍ଷତା ଥିବା ମହିଳାଙ୍କ ଭାଗିଦାରୀ ବୃଦ୍ଧି ମରାଯିବାର ଲକ୍ଷ୍ୟ ରଖାଯାଇଛି । ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି । ୩ ବର୍ଷରେ ୫୦୦ ମିଶନ ଶକ୍ତି ବଜାର ତିଆରି ହେବ । ବିଦେଶରେ ଓଡ଼ିଶା ମହିଳାଙ୍କ ଦ୍ୱାରା ଉତ୍ପାଦ ତିଆରି ହେବ । ସୁସ୍ୱାଦୁ ଖାଦ୍ୟପେୟ ଲାଗି ବ୍ଲକରେ ୫୦୦ ମିଶନ ଶକ୍ତି କାଫେ ହେବ । ରାଜ୍ୟର ମହିଳାଙ୍କ ପାଖକୁ ଯାଇଛି ୬୮୦୦ କୋଟି ଋଣ । ଲାଇନମ୍ୟାନ ହେବେ ମିଶନ ଶକ୍ତି ମହିଳା । ଆସନ୍ତା ବର୍ଷ ଏସଏଚଜି ମହିଳାଙ୍କୁ ଲାଇନ୍ ମ୍ୟାନ ଟ୍ରେନିଂ ଦିଆଯିବ ।’

ଏହା ସହ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାୟତିରାଜ ଜନପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଧାରଣ ଲୋକ ଯେପରି ସେବାରୁ ବଞ୍ଚିତ ନହେବେ, ସେନେଇ ଜନପ୍ରତିନିଧି ଧ୍ୟାନ ଦେବେ । ଏହା ସହ ଜନତାଙ୍କ ସମସ୍ୟା ସହ ନିଜକୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏଥର ମା’ ମାନେ ବହୁ ସଂଖ୍ୟାରେ ଜିତିଛନ୍ତି । ମା’ ମାନେ ପଞ୍ଚାୟତର ମଙ୍ଗ ଧରୁଛନ୍ତି । ପଞ୍ଚାୟତର ଗୁରୁତ୍ବ ବେଶୀ ରହିଛି । ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ ଲୋକ ସରକାରୀ ସେବା ପାଇବାରୁ ବ଼ଞ୍ଚିତ ନହୁଅନ୍ତୁ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ନବୀନ। ଏଥିରେ ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତିଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ପ୍ରତ୍ୟେକ ବ୍ଲକରୁ ଜଣେ ସରପଞ୍ଚଙ୍କୁ ନେଇ ଏହି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ଖାଦ୍ୟା ଯୋଗାଇ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଯୋଗଦେଇଥିଲେ ।

Get real time updates directly on you device, subscribe now.