fbpx

ସାଂସଦଙ୍କୁ ଦରମା ବ୍ୟତୀତ କ’ଣ ସୁବିଧା ମିଳିଥାଏ ? ଜାଣନ୍ତୁ ମାସର ଦରମା କେତେ …

ଜଣେ ସାଂସଦ କେବଳ ନିଜ ଅଂଚଳରେ ବିକାଶମୂଳକ କାର୍ଯ୍ୟ କରିନଥାଏ ବରଂ ସଂସଦରେ ଆଇନ୍ ପ୍ରଣୟନ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଜନସାଧାରଣଙ୍କ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ସଂସଦରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରତକ୍ଷ ଭୂମିକା ଗ୍ରହଣ କରିଥାଏ ।

ସଂସଦ ସଦସ୍ୟ (ଦରମା, ଭତ୍ତା ଏବଂ ପେନସନ୍‌) ଅଧିନିୟମ ୧୯୫୪ ଅନୁଯାୟୀ ଜଣେ ସାଂସଦଙ୍କୁ ଦରମା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ଦିଆଯାଇଥାଏ । ଜଣେ ସାଂସଦ ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଇଥାନ୍ତି । ଚଳିତ ବର୍ଷ ଏପ୍ରିଲ ୧ରୁ ନୂତନ ନିୟମ ଲାଗୁ କରାଯାଇଛି ଯେଉଁଥିରେ ପ୍ରତି ୫ ବର୍ଷ ପରେ ସାଂସଦମାନଙ୍କ ଦରମା ଏବଂ ଦୈନିକ ଭତ୍ତା ବୃଦ୍ଧି ପାଇବ । ସଂସଦୀୟ ଅଧିବେଶନ, କମିଟି ବୈଠକରେ ଯୋଗ ଦେବା କିମ୍ବା ସଂସଦର ସଦସ୍ୟ ସହ ଜଡ଼ିତ କୌଣସି କାର୍ଯ୍ୟରେ ଯାତ୍ରା କରିବା ନେଇ ସାଂସଦଙ୍କୁ ଭତ୍ତା ଦିଆଯାଇଥାଏ । ଯଦି ଜଣେ ସାଂସଦ ରାସ୍ତା ଯୋଗେ ଯାତ୍ରା କରିଥାନ୍ତି ତେବେ ତାଙ୍କୁ ପ୍ରତି କିଲୋମିଟର ହିସାବରେ ୧୬ ଟଙ୍କା ଭତ୍ତା ପ୍ରଦାନ କରାଯାଇଥାଏ ।

 

ଘର ଏବଂ କାର୍ଯ୍ୟାଳୟ ପାଇଁ ଭତ୍ତା

ପ୍ରତି ମାସ Constituency Allowance ଆକାରରେ ଜଣେ ସାଂସଦଙ୍କୁ ୭୦ ହଜାର ଟଙ୍କା ମିଳିଥାଏ । କାର୍ଯ୍ୟାଳୟ ଖର୍ଚ୍ଚ ହିସାବରେ ୬୦ ହଜାର ଟଙ୍କାର ସୁବିଧା ବି ରହିଛି । ଏହା ବ୍ୟତୀତ ଦିଲ୍ଲୀ ସ୍ଥିତ ନିଜ ବାସଭବନ କିମ୍ବା ଦିଲ୍ଲୀ କାର୍ଯ୍ୟାଳୟରେ ଟେଲିଫୋନ୍ ସୁବିଧା ପାଇଁ କୌଣସି ଦେୟ ଦେବାକୁ ପଡ଼ିନଥାଏ । ଜଣେ ସାଂସଦଙ୍କୁ ୫୦ ହଜାର ଟଙ୍କାର ଫ୍ରି ଲୋକାଲ କଲ୍ ସୁବିଧା ମିଳିଥାଏ ।

ଭ୍ରମଣ ଏବଂ ଚିକିତ୍ସା ସୁବିଧା

ପ୍ରତ୍ୟେକ ସାଂସଦଙ୍କୁ ଏକ ପାସ ଦିଆଯାଇଥାଏ ଯାହାର ବ୍ୟବହାର କରି ସେମାନେ କୌଣସି ସମୟରେ ରେଳରେ ମାଗଣା ଯାତ୍ରାର ଲାଭ ଉଠାଇପାରିବେ । ଏହି ପାସ୍ ସମସ୍ତ ଟ୍ରେନର ଫାର୍ଷ୍ଟ କ୍ଲାସ୍ ଏସି ବା ଏକ୍‌ଜେକ୍ୟୁଟିଭ୍ କ୍ଲାସ ପାଇଁ ବୈଧ ଅଟେ । ସଂସଦୀୟ କାର୍ଯ୍ୟ ସମ୍ବନ୍ଧୀୟ ବିଦେଶ ଯାତ୍ରା କରୁଥିବା ସାଂସଦଙ୍କ ପାଇଁ ଭତ୍ତା ସୁବିଧା ରହିଛି । ଏହା ସହ ଚିକିତ୍ସା ସୁବିଧା ବି ଉପଲବ୍ଧ ।

 

Get real time updates directly on you device, subscribe now.