fbpx

ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ହେଲେ ସରକାରୀ ଦଳର ମୁଖ୍ୟ ସଚେତକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ନବୀନ ପଟ୍ଟନାୟକଙ୍କ ନୂଆ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ମୋଟ ୧୩ ଜଣ କ୍ୟାବିନେଟ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ । ତେବେ ଏହା ମଧ୍ୟରେ ନବୀନ ଶାସକ ଦଳର ମୁଖ୍ୟ ସଚେତକଙ୍କୁ ନିଯୁକ୍ତି ଦେଇଛନ୍ତି । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳର ମୁଖ୍ୟ ସଚେତକ ପଦ ସମ୍ଭାଳିବେ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ନବୀନଙ୍କ ନୂଆ ଟିମରେ ସାମିଲ ହେବାକୁ ଥିବା ମନ୍ତ୍ରୀଙ୍କ ସହ ବାଚସ୍ପତି, ସରକାରୀ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକଙ୍କ ନାମ ଜଣାପଡ଼ିଥିଲା । ତେବେ ନୂଆ ମନ୍ତ୍ରୀଙ୍କ ନାମ ଅଫିସିଆଲ ଭାବେ ଘୋଷଣା ହୋଇ ନଥିଲେ ହେଁ ବିଭିନ୍ନ ତଥ୍ୟକୁ ଆଧାର କରି ତାହା ଉଲ୍ଲେଖ କରାଯାଇଥିଲା । ବାଚସ୍ପତି ପଦରେ ବିକ୍ରମ କେଶରୀ ଆରୁଖ, ସରକାରୀ ମୁଖ୍ୟ ସଚେତକ ପଦରେ ପ୍ରଶାନ୍ତ ମୁଦୁଲି ଓ ଉପ ମୁଖ୍ୟ ସଚେତକ ପଦରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ବସିବାକୁ ଯାଉଛନ୍ତି ବୋଲି ସ୍ପଷ୍ଟ ହୋଇଥିଲା ।

ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ନିଜର ସ୍ୱତନ୍ତ୍ର ଷ୍ଟାଇଲରେ କ୍ୟାବିନେଟ ପରିବର୍ତ୍ତନର ସୂଚନା ଦେଇ ସମସ୍ତଙ୍କୁ ଚକମା ଦେଇଥିଲେ । ଆଜି ସକାଳ ୧୧.୪୫ରେ ସମ୍ଭାବ୍ୟ ମନ୍ତ୍ରୀମାନେ ଲୋକସଭା ସେବା ଭବନର କନଭେନସନ ସେଣ୍ଟରରେ ଶପଥ ଗ୍ରହଣ କରିଥିଲେ । କେଉଁମାନେ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ସେନେଇ ସେମାନଙ୍କ ନିକଟକୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କଲ୍ ଯାଇଥିଲା ।

Get real time updates directly on you device, subscribe now.