fbpx

ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ MNS ପ୍ରମୁଖ ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏଥିମଧ୍ୟରେ ମହାରାଷ୍ଟ୍ର ନବନିର୍ମାଣ ସେନା(MNS) ପ୍ରମୁଖ ରାଜ ଠାକରେ ଦୁଇଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ବର୍ତ୍ତମାନ ରାଜ ଠାକରେଙ୍କ ଏକଲା ଚଲୋ ରଣନୀତି MVA ଏବଂ NDAର ଟେନସନ୍ ବୃଦ୍ଧି କରିଛି ।

ଲୋକସଭା ନିର୍ବାଚନରେ ରାଜ ଠାକରେଙ୍କୁ NDAର ସମର୍ଥନ ମିଳିଥିଲା । ମୁମ୍ବାଇର ଶିବଡ଼ି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବାଲା ନାନ୍ଦଗାୱଙ୍କ ଏବଂ ପଣ୍ଢରପୁର ନିର୍ବାଚନ ମଣ୍ଡଳୀରୁ ଦିଲିପ ଧୋତ୍ରେଙ୍କୁ MVAର ପ୍ରର୍ଥୀ ଘୋଷଣା କରିଛନ୍ତି । ଜୁଲାଇ ୨୫ରେ ରାଜ ଠାକରେ ଘୋଷଣା କରିଥିଲେ କି MNS ରାଜ୍ୟରେ ବିଧାନସଭାର ମୋଟ୍ ୨୮୮ ଆସନରୁ ୨୨୫-୨୫୦ଟି ଆସନରେ ନିର୍ବାଚନ ଲଢ଼ିବା ନେଇ ଯୋଜନା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି କି ଆସନ୍ତା ବିଧାନସଭା ନିର୍ବାଚନରେ MNS ଅଧିକାରୀ ତଥା କର୍ମୀଙ୍କୁ କ୍ଷମତାକୁ ଆଣିବା ପାଇଁ ମୋତେ କିଛି ବି କରିବାକୁ ପଡ଼ିବ । ଲୋକମାନେ ମୋ ଉପରେ ହସିବେ କିନ୍ତୁ ମୋତେ କିଛି ଫରକ ପଡ଼ିବ ନାହିଁ  ବୋଲି କହିଛନ୍ତି ।

 

Get real time updates directly on you device, subscribe now.