fbpx

ନାଇଟ କର୍ଫ୍ୟୁ: ରାତି ୮ଟା ପରେ ଗଡ଼ିବନି ମୋ ବସ୍

Advertisement

ଭୁବନେଶ୍ୱର, ୩୧ା୧୨ (ଓଡିଶା ଭାସ୍କର): ନବବର୍ଷ ୨୦୨୧ ପାଳନକୁ ନେଇ ରାଜ୍ୟ ସରକାର ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଏହି କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି କରାଯାଇଛି । ତେବେ ଏହି ଦୃଷ୍ଟିରୁ ଆଜି ରାତି ୮ଟା ପରେ ମୋ ବସ ଚାଲିବ ନାହିଁ ବୋଲି କୁହାଯାଇଛି ।

ତେବେ ସୂଚନା ଅନୁଯାୟୀ, ପୁରୀକୁ ଶେଷ ବସ ସନ୍ଧ୍ୟା ୫ଟା ୩୦ରେ ଯିବାକୁ ଥିବା ବେଳେ କୋଣାର୍କକୁ ଶେଷ ବସ ୫ଟା ୨୦ରେ ଯିବ ବୋଲି ଜଣାପଡ଼ିଛି । ଏହି କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.