ଭୁୁବନେଶ୍ୱର,୨୫ ।୯(ଓଡିଶା ଭାସ୍କର): କରୋନା ମହାମାରୀ ଯୋଗୁଁ ବନ୍ଦ ହୋଇଥିବା ଯାନବାହନ ପୁଣିଥରେ ଯାତାୟତ କରିବାରେ ଲାଗିପଡିଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ ‘ମୋ ବସ୍’ ସେମା ପୁଣି ଆରମ୍ଭ ହେବାକୁ ଯାଉଛି । ରବିବାର ଉଭୟ ରୁଟରେ ଗୋଟିଏ ଲେଖାଏଁ ବସ୍ ଚାଲିବ । ସୋମବାରଠାରୁ ଉଭୟ ରୁଟରେ ୨ଟି ଲେଖାଏଁ ବସ୍ ଚାଲିବ । ପୁରୀ ପାଇଁ ୭୦ ଟଙ୍କା ଓ କୋଣାର୍କ ପାଇଁ ୬୦ ଟଙ୍କା ରହିଛଇ ବସ୍ ଭଡା । ବସରେ ଯାତାୟତ କରୁଥିବା ବେଳେ ମାସ୍କ ପିନ୍ଧିବା ଓ ସମଦୂରତା ବାଧ୍ୟତାମୂଳକ କରାଯାଇଛି । ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବାକୁ କ୍ରୁଟ ପକ୍ଷରୁ ଅନୁରୋଧ କରାଯାଇଛି ।