fbpx

ଖତ ଖାଇଗଲା ’ମୋ ସାଇକେଲ୍‌’, କବାଡ଼ିଆକୁ ବିକିଦେଲେ, ଶୁଣନ୍ତୁ କଣ କହୁଛନ୍ତି ସୁର ଭାଇ…

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ’ମୋ ସାଇକେଲ୍‌’ ସବୁ ଗଲା କୁଆଡ଼େ? ଏବେ ସବୁରି ମନରେ ସେଇ ଗୋଟିଏ ପ୍ରଶ୍ନ। କୁଆଡ଼ୁ ଭରଣ କରିବ ସେହି ଟଙ୍କା? କ୍ଷତି କାହାର ହେଲା? ସମ୍ଭାଳି ପାରୁନଥିଲ ତ ଯୋଜନା କରୁଥିଲ କାହିଁକି? ଏଭଳି ପ୍ରଶ୍ନ ପଚାରୁଛନ୍ତି ଜନତା। କିନ୍ତୁ ସରକାର ନିର୍ବିକାର।

ଦୁଇବର୍ଷ ପୂର୍ବେ ୨୦୧୮ ମସିହା ନଭେମ୍ବର ୨୬ରେ ବିଜୁବାବୁଙ୍କ ନାଁ ନେଇ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ’ମୋ ସାଇକେଲ’ ଯୋଜନା। ରାଜଧାନୀରେ ପ୍ରଦୂଷଣ କମାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ଆଉ ଗୋଟିଏ ସାଇକେଲକୁ ୨୫ ହଜାର ଟଙ୍କା ଦେଇ କିଣା ଯାଇଥିଲା। ଶହଶହ ସାଇକେଲ ବିଭିନ୍ନ ଛକରେ ରଖାଯାଇଥିଲା। ବିଏମସି ଓ ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ୍‌ ଏହାର ପରିଚାଳନା ଦାୟିତ୍ଵ ନେଇଥିଲେ। କିନ୍ତୁ ପରିସ୍ଥିତି ଏମିତି ହେଲା ଯେ ଗୋଟିଏ ବି ସାଇକେଲ୍‌ର ରକ୍ଷଣାବେକ୍ଷଣ କରିପାରିଲେନି। ଶେଷକୁ ସବୁ ସାଇକେଲ ଖତ ଖାଇଗଲା ଓ କବାଡ଼ିଆକୁ ବିକିଦେଲେ। ସାଇକେଲ ଗୋଟାକ ୨୫ ହଜାର ଟଙ୍କା କିନ୍ତୁ ଏବେ ଲୁହା କିଲୋ ହିସାବରେ ୪୦ ଟଙ୍କାରେ କବାଡ଼ିଆ ନେଇଗଲା। ଏସମ୍ପର୍କରେ କାହାରି ମୁହଁରୁ କିଛି ବାହାରୁନି। ୫ କୋଟିର ସାଇକେଲ କିଣିଥିଲେ ଆଉ ମରାମତି ପାଇଁ ବର୍ଷକୁ କୋଟିଏ ଖର୍ଚ୍ଚ କରାଯାଉଥିଲା। ଶେଷରେ ଗୋଟିଏ ସାଇକେଲ ୬୦୦ ଟଙ୍କାରେ କିଣିନେଲା କବାଡ଼ିଆ। କିଲୋକୁ ୪୦ ଆଉ ସାଇକେଲର ଓଜନ ପ୍ରାୟ ୧୫ କେଜି। ତେବେ ଏତେ ସବୁ ସାଇକେଲ ବିକିଲା କିଏ? ସେଇ ବାବୁ ଜଣଙ୍କ କିଏ?

ଯେତିକି ସାଇକେଲ କିଣା ଯାଇଥିଲା ଓ ଯାହାକୁ ଦାୟିତ୍ଵ ଦିଆଯାଇଥିଲା, ସେ ଠିକ୍‌ରେ ସବୁ ପରିଚାଳନା କରୁଛନ୍ତି ତ? ସବୁ ସାଇକେଲ୍‌ର ହିସାବ ଅଛି? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଠୁଥିବାବେଳେ ବାବୁମାନଙ୍କ ତୁଣ୍ଡରୁ ପଦେ ବି କଥା ବାହାରୁନି।

Get real time updates directly on you device, subscribe now.