ଏମ୍କେସିଜି ମେଡ଼ିକାଲ୍ରେ ମୋବାଇଲ ଚୋର ଆତଙ୍କ: ଶୋଇଥିବା ଲୋକଙ୍କୁ ଟାର୍ଗେଟ୍ ଲୁଟୁ ଥିଲେ, ଦୁଇ ମୋବାଇଲ୍ ଚୋରଙ୍କୁ କାବୁକଲା ପୁଲିସ
ବ୍ରହ୍ମପୁର (ଭାସ୍କର ନ୍ୟୁଜ୍) : ଏମ୍କେସିଜି ମେଡ଼ିକାଲ୍କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ (ଆଟେଣ୍ଡାଣ୍ଟ) ବିଶ୍ରାମ ନେଉଥିବା ବେଳେ ସେମାନଙ୍କ ମୋବାଇଲ୍ ଚୋରି କରିଥିବା ଜଣେ ଅଭିଯୁକ୍ତକୁ ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଅଭଯୁକ୍ତ ଜଣକ ହେଲା ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମପୁରର କେ.ସନ୍ତୋଷ ରେଡି(୪୭) ତା ଠାରୁ ୧୧ଟି ଚୋରି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ନେଇ ପୁଲିସ ସୂଚନା ପ୍ରଦାନ କରିଛନ୍ତି । ଗିରଫ ଅଭଯୁକ୍ତ ସନ୍ତୋଷ ପୁଲିସ ପଚରାଉଚରା ବେଳେ ତା ଠାରୁ ଚୋରା ମୋବାଇଲ୍ କିଣୁଥିବା ଅନ୍ୟ ଜଣେ ଅଭିଯୁକ୍ତ ସମ୍ପର୍କରେ ଜାଣିବାକୁ ପାଇଥିଲା ।ସେ ହେଲା ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ତୁଳସୀନଗର ବାସିନ୍ଦା ରବୀନ୍ଦ୍ର କୁମାର ସେଠୀ(୩୫) । ରବୀନ୍ଦ୍ରକୁ ପୁଲିସ ଗିରଫ କରିବା ସହ ତା ଠାରୁ ଚୋରି ମୋବାଇଲ୍ ଜବତକରିଛି । ଦୁଇ ଅଭିଯୋକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ବ୍ରହ୍ମୁର ଜିଲ୍ଲା ପୁଲିସ ପକ୍ଷରୁ ଜାରି କରାଯାଇଛି । ସୂଚନା ମୁତାବକ, ଗୋଳନ୍ଥାରା ଥାନା ଅନ୍ତର୍ଗତ କୋଠାରାସିଂ ଗ୍ରାମର ଆର୍. ଅସନ୍ତ ରେଡି ଏମ୍କେସିଜି ମଡେିକାଲ୍ରୁ ତାଙ୍କ ମୋବାଇଲ୍ ଚୋରି ହୋଇଥିବା ନେଇ ଗତ ୧୧ ତାରିଖରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଭିତ୍ତି କରି ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନଂ ୭୧/ ୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ଅଭିଯୁକ୍ତ ସନ୍ତୋଷକୁ ଧରିବା ସହ ତା ଠାରୁ ଅଭିଯୋଗକାରୀଙ୍କ ମୋବାଇଲ୍ ସହ ଅନ୍ୟ ୧୦ଟି ଜବତ କରିଥିଲା । ପରେ ତା ଠାରୁ ଏଭଳି ଚୋରା ମୋବାଇଲ୍ କିଣୁଥିବା ଅନ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଥିଲା ।