fbpx

ବଢ଼ିବ ମହଙ୍ଗା ଭତ୍ତା: ଆସନ୍ତାକାଲି ମୋଦୀ କ୍ୟାବିନେଟ ନେବ ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)କୁ ନେଇ ଖୁବଶୀଘ୍ର ନିଷ୍ପତ୍ତି ହେବାକୁ ଯାଉଛି । କେନ୍ଦ୍ର ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଏ ବାବଦରେ ନିଷ୍ପତ୍ତି ହୋଇପାରେ । ବର୍ତ୍ତମାନ ସୁଦ୍ଧା ଅଫିସିଆଲ ଭାବେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ବୟାନ ଆସିନଥିଲେ ସୁଦ୍ଧା କର୍ମଚାରୀଙ୍କ ଡିଏ ବଢ଼ିବାର ସମ୍ଭାବନା ରହିଛି ।

ସାଧାରଣ ଭାବେ ବର୍ଷର ପ୍ରତି ଛଅ ମାସରେ ଥରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିଥାନ୍ତି । ବର୍ତ୍ତମାନ ଜାନୁଆରୀ-ଜୁନ ଛଅ ମାସ ପାଇଁ ଡିଏ ବୃଦ୍ଧି ହେବାକୁ ଯାଉଛି । ଏହି ଅବସରରେ କେନ୍ଦ୍ର ସରକର ପେନସନଧାରୀଙ୍କ ଡିଅରନେସ ଆଲାଉନ୍ସ (ଡିଆର) ମଧ୍ୟ ବୃଦ୍ଧି କରିପାରନ୍ତି । କମର୍ଚାରୀଙ୍କର ଡିଏ / ଡିଆର ୪ ପ୍ରତିଶତ ବୃଦ୍ଧି ହୋଇପାରେ । ଯଦି ଏପରି ହୁଏ, ତେବେ ମୋଟ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତରେ ପହଞ୍ଚି ଯିବ । ଫଳରେ ଏହାର ପ୍ରତିଫଳନ କର୍ମଚାରୀଙ୍କ ଦରମାରେ ଦେଖିବାକୁ ମିଳିବ ।

ଯଦି ସରକାର ଡିଏ ବୃଦ୍ଧି ନିଷ୍ପତ୍ତି ନିଅନ୍ତି, ତେବେ ଏହାର ଫାଇଦା ପାଖାପାଖି ୪୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀଙ୍କୁ ମିଳିବ । ଡିଏ / ଡିଆର ବର୍ଷର ଜାନୁଆରୀ ଓ ଜୁଲାଇ ମାସ ଶେଷ ସୁଦ୍ଧା ବଢ଼ିବାର ନିୟମ ରହିଛି । ମାତ୍ର ଗତ କିଛିବର୍ଷ ମଧ୍ୟରେ ଏ କ୍ଷେତ୍ରରେ ବିଳମ୍ବ ଘଟୁଥିବା ଦେଖିବାକୁ ମିଳୁଛି । ଗଛ ଛଅ ମାସରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଫଳରେ କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୮ ପ୍ରତିଶତରେ ପହଞ୍ଚି ଯାଇଥିଲା ।

Get real time updates directly on you device, subscribe now.