fbpx

ମାଗଣା ସିଲେଇ ମେସିନ୍ ସ୍କିମ୍: ମାଗଣାରେ ସିଲେଇ ମେସିନ୍ ବଣ୍ଟନ କରୁଛନ୍ତି ମୋଦୀ ସରକାର

Advertisement

ନୁଆଦିଲ୍ଲୀ: ମହିଳା ମାନଙ୍କୁ ଆର୍ଥୀକ ଦୃଷ୍ଟିରୁ ସୁଦୃଢ଼ କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହା ମଧ୍ୟରେ ରହିଛି ଫ୍ରୀ ସିଲେଇ ମେଶିନ୍ ଯୋଜନା। ଏହି ଯୋଜାନ ମାଧ୍ୟମରେ ସରକାର ମହିଳାମାନଙ୍କୁ ମାଗଣାରେ ସିଲେଇ ମେଶିନ ପ୍ରଦାନ କରିଥାନ୍ତି। ଏହି ଯୋଜାନ ମାଧ୍ୟମରେ ସରକାର ଏହା ନିଶ୍ଚିତ କରିବାକୁ ଚାହାନ୍ତି ଯେ, ମହିଳାମାନେ ଯେପରି ନିଜର ଆର୍ଥିକ ସମସ୍ୟାକୁ ନିଜେ ସମାଧାନ କରିବାକୁ ସକ୍ଷମ ହେବେ। ଯେପରି ମହିଳାମାନେ କାହା ଉପରେ ଭରଷା କରିବେ ନାହିଁ।

୨୦ରୁ ୪୦ବର୍ଷିୟ ମହିଳାମାନେ ଏହି ସ୍କିମ୍‌ରେ ଆବେଦନ କରି ମାଗଣାରେ ସିଲେଇ ମେଶିନ୍ ପାଇପାରିବେ। କେନ୍ଦ୍ର ସରକାର ଏହି ଯୋଜନା ଦେଶର ସମସ୍ତ ରାଜ୍ୟପାଇଁ ପ୍ରସ୍ତୁତ କରିଛନ୍ତି। ପ୍ରତ୍ୟେକ ରାଜ୍ୟରେ ୫୦ ହଜାର ମହିଳାଙ୍କୁ ସିଲେଇ ମେଶିନ୍ ପ୍ରଦାନ କରାଯାଇଥାଏ। ଆଉ ଏଥିପାଇଁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡ଼ି ନଥାଏ। ବର୍ତ୍ତମାନ ଏହି ଯୋଜନା ହରିୟାଣା, ଗୁଜରାଟ, ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ,କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଭଳି ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଏହି ରାଜ୍ୟର ମହିଳାମାନେ ଏହି ସ୍କିମ୍‌ର ଫାଇଦା ଏବେ ନେଇପାରିବେ।

ଏହି ସ୍କିମ୍ ଦ୍ୱାରା ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ମହିଳାମାନେ ଏହାର ଲାଭ ପାଇବେ। ମହିଳାମାନେ ଏଥିପାଇଁ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ଯଦି କେହି ଏହି ଯୋଜନା ଅଧୀନରେ ଆବେଦନ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ପ୍ରଥମେ ଏହାର ଅଫିସିଆଲ୍ ୱେବସାଇଟ୍ www.india.gov.in https କୁ ଯିବାକୁ ପଡିବ। ୱେବସାଇଟ୍ ର ମୂଳପୃଷ୍ଠାରେ ଆପଣ ସିଲେଇର ମାଗଣା ଯୋଗାଣ ପାଇଁ ଆବେଦନ କରିବାକୁ ଏକ ଲିଙ୍କ୍ ପାଇବେ।

ଆବେଦନ କରିବା ପାଇଁ ଫର୍ମର ପ୍ରିଣ୍ଟ ଆଉଟ୍ କରନ୍ତୁ। ତା’ପରେ ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଫର୍ମ ସହିତ ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକ ସଂଲଗ୍ନ କରନ୍ତୁ। ଏହା ପରେ ସମ୍ପୃକ୍ତ କାର୍ଯ୍ୟାଳୟରେ ଫର୍ମ ଦାଖଲ କରନ୍ତୁ। ଅଧିକାରୀମାନେ ଆପଣଙ୍କର ଆବେଦନକୁ ଯାଞ୍ଚ କରିବେ। ଯଦି ଅନୁପ୍ରୟୋଗରେ ଦିଆଯାଇଥିବା ସୂଚନା ସଠିକ୍ ମିଳୁଛି, ତେବେ ଆପଣଙ୍କୁ ମାଗଣାରେ ଏକ ସିଲେଇ ମେସିନ୍ ଦିଆଯିବ।

ମାଗଣାରେ ସିଲେଇ ମେସିନ୍ ପାଇବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ: ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର, ଏହି ଯୋଜନାର ଯୋଗ୍ୟ ଆବେଦନକାରୀମାନେ ଭାରତର ନାଗରିକ ହେବା ଉଚିତ, କେବଳ ଦେଶର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ମହିଳାମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ, ମହିଳା ଆବେଦନକାରୀଙ୍କ ସ୍ୱାମୀଙ୍କ ବାର୍ଷିକ ଆୟ ୧୨ ହଜାରରୁ ଅଧିକ ହୋଇ ନଥିବ। ବିଧବା ଏବଂ ଦିବ୍ୟାଙ୍ଗ ମହିଳାମାନେ ମଧ୍ୟ ଏହି ଯୋଜନା ଅଧୀନରେ ଆବେଦନ କରିପାରିବେ ଏବଂ ଲାଭ ଉଠାଇ ପାରିବେ।

Get real time updates directly on you device, subscribe now.