fbpx

ଏହି ମହିଳାମାନଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପଠାଉଛନ୍ତି ମୋଦୀ ସରକାର: ଜାଣନ୍ତୁ କିପରି କରିବେ ଆବେଦନ ଓ କେବେ ମିଳିବ ଟଙ୍କା?

ନୂଆଦିଲ୍ଲୀ,୯ ।୫: କରୋନାର ଏହି ସଙ୍କଟ କାଳରେ ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥା ବେଶ୍ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ଗର୍ଭବତୀ ମହିଳାଙ୍କ କଲ୍ୟାଣ ପାଇଁ ଜାନୁଆରୀ ୨୦୧୭ ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା- PMMVY ସେମାନଙ୍କ ପାଇଁ ଏକ ବରଦାନ ସାବ୍ୟସ୍ତ ହେଉଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ଲକ୍ଷ ଲକ୍ଷ ମହିଳା ପଞ୍ଜୀକୃତ କରିବା ସହ ଏହାର ଫାଇଦା ଉଠାଉଛନ୍ତି । କେନ୍ଦ୍ର ସରକାର ଗର୍ଭବତୀ ମହିଳାଙ୍କ ଆକାଉଣ୍ଟରେ ୫୦୦୦ ହଜାର ଟଙ୍କା ପଠାଉଛନ୍ତି । ଯଦି ଆପଣ ବି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କିପରି ଆବେଦନ କରିବେ….

ତେବେ ସାରାଦେଶରେ ମହିଳା ଏବଂ ନବଜାତ ଶିଶୁର ଭବିଷ୍ୟତକୁ ନେଇ କେନ୍ଦ୍ର ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁର ବିକାଶକୁ ଧ୍ୟାନରେ ରଖି କେନ୍ଦ୍ର ସରକାର PMMVY ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅଧୀନରେ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ୫୦୦୦ ଟଙ୍କା ତିନୋଟି ଭିନ୍ନ କିସ୍ତିରେ ମହିଳାମାନଙ୍କୁ ଦିଆଯାଏ । କିନ୍ତୁ ୧୯ ବର୍ଷ ପୂର୍ବରୁ ଗର୍ଭବତୀ ଥିବା ମହିଳାମାନେ ଏହାର ଲାଭ ଉଠାଇପାଇବେ ନାହିଁ ।

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଅଧୀନରେ ପ୍ରଥମ ଥର ପାଇଁ ଗର୍ଭବତୀ ହୋଇଥିବା ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପାଇଁ ପାଞ୍ଚ ହଜାର ଟଙ୍କା ଦିଆଯାଏ। ଏହାର ପ୍ରଥମ କିସ୍ତି ୧୦୦୦ ଟଙ୍କା ଗର୍ଭଧାରଣର ୧୫୦ ଦିନ ମଧ୍ୟରେ ଗର୍ଭବତୀ ମହିଳାଙ୍କ ପଞ୍ଜୀକରଣ ଉପରେ ଦିଆଯାଏ ଓ ଦ୍ୱିତୀୟ କିସ୍ତି ୨୦୦୦ ଟଙ୍କା ୧୮୦ ଦିନର ଦିନ ମଧ୍ୟରେ ଏବଂ ଅତି କମରେ ଗୋଟିଏ ପ୍ରସବକାଳୀନ ଯାଞ୍ଚରେ ଦିଆଯାଏ । ତୃତୀୟ କିସ୍ତି ୨୦୦୦ ଟଙ୍କା ପ୍ରସବ ପରେ ଓ ଶିଶୁଙ୍କ ପ୍ରଥମ ଟୀକାକରଣ ଚକ୍ର ପୂରଣ ହେବାପରେ ମିଳିଥାଏ ।

ଯେଉଁ ମହିଳାମାନଙ୍କର ଦୈନିକ ବେତନମାନ ଉପରେ କାମ କରୁଛନ୍ତି କିମ୍ବା ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ, ସେହି ମହିଳାମାନେ ଏହି ଯୋଜନାର ଲାଭ ଉଠାଇପାରିବେ । ଗର୍ଭାବସ୍ଥାରେ ମଜୁରୀରେ କ୍ଷତିକୁ କିଛି କମ୍ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ଏହି ଆର୍ଥିକ ସାହାଯ୍ୟରେ ଗର୍ଭବତୀ ମହିଳାମାନେ ବିଶ୍ରାମ ନେବାକୁ ସମୟ ପାଇବେ ।

ମାତୃତ୍ୱ ବନ୍ଦନା ଯୋଜନା ୨୦୨୧ ଅଧୀନରେ କେନ୍ଦ୍ର ସରକାର ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅର୍ଥାତ ହିତାଧିକାରୀମାନେ ନିଜେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଥିପାଇଁ ପ୍ରଥମ ହିତାଧିକାରୀଙ୍କୁ www.Pmmvy-cas.nic.inକୁ ଲଗ୍ ଇନ୍ କରି ଆବେଦନ କରିବାକୁ ପଡିବ ।

Get real time updates directly on you device, subscribe now.