fbpx

କ୍ୱାଡ୍ ବୈଠକରେ ସାମିଲ ହେଲେ ମୋଦୀ: ବାଇଡେନ ଉଠାଇଲେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ

Advertisement

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଆମନ୍ତ୍ରରଣରେ ଦୁଇ ଦିନିଆ କ୍ୱାଡ ସମ୍ମିଳନୀରେ ଯୋଗଦେବାକୁ ଜାପାନ ପହଞ୍ଚିଛନ୍ତି । ଆଜି ମଙ୍ଗଳବାର ପ୍ରଧାନମନ୍ତ୍ରୀ କ୍ୱାଡ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଏହି ସମ୍ମିଳନୀରେ ଜାପାନ, ଅଷ୍ଟ୍ରେଲିଆ, ଆମେରିକା ସାମିଲ ଅଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ମୋଦୀ ଜପାନ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତକାର କରିବେ ।

ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ହିନ୍ଦ୍-ପ୍ରଶାନ୍ତ କ୍ଷେତ୍ରରେ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ । କରୋନା ମହାମାରୀ ସମୟରେ ଆମେ ଏକାଠି କାମ କରିଛୁ । ବୈଠକରେ ବାଇଡେନ୍ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇଛନ୍ତି । କିଛି ସମୟ ପରେ ବାଇଡେନଙ୍କ ସହ ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିବେ ।

Get real time updates directly on you device, subscribe now.