fbpx

ଗୁଜୁରାଟରେ ବିଧାନସଭା ନିର୍ବାଚନ ବିଜୟ ପରେ ମୋଦୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଗୁଜୁରାଟରେ ଭାରତୀୟ ଜନତା ପାର୍ଟିର ବଡ଼ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ବିଜେପି ମୁଖ୍ୟାଳୟରେ କର୍ମୀ ମାନଙ୍କୁୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି । ନିଜ ସମ୍ବୋଧନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ନିଜର ଭାବନା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ନେତାଙ୍କ ବୈଠକରେ ଏଥର ୧୫୦ ରୁ ଅଧିକ ସିଟ୍ ଜିତି ରେକର୍ଡ ସୃଷ୍ଟି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଯାହା ବର୍ତ୍ତମାନ ସଫଳ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ କର୍ମୀ ମାନଙ୍କୁ ସମ୍ବୋଧନ କରୁଛନ୍ତି ।

ଗୁଜୁରାଟରେ ଏଥର ଚମକ୍ରାର ହୋଇଛି ବୋଲି ମୋଦୀ ନିଜ ସମ୍ବୋଧନରେ ପ୍ରକାଶ କରିଛନ୍ତି । ନିଜ ରେକର୍ଡକୁ ଭାଙ୍ଗିବା ପାଇଁ ମୋଦୀ ଜନତାଙ୍କୁ ଅପିଲ କରିଥିଲେ । ଗୁଜୁରାଟ ଜନତା ନୂଆ ଇତିହାସ ସୃଷ୍ଟି କରିଛନ୍ତି ଯାହା ବର୍ତ୍ତମାନ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଜନତାଙ୍କ ନିକଟରେ ନତମସ୍ତକ, ଜନାଦେଶ ଅଭିଭୂତ କରିଛି ବୋଲି ମୋଦୀ ପ୍ରକାଶ କରିଛନ୍ତି । ସେହିପରି ଯୁବବର୍ଗ ବିଜେପିର ବିକାଶ ରାଜନୀତିକୁ ପସନ୍ଦ କରୁଛନ୍ତି । ବିଜେପିର କାମକୁ ନେଇ ଯୁବବର୍ଗ ବିଜେପି ଉପରେ ଭରଷା ରଖୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଜେପିର ମିଶନ ଅଛି, ବିକାଶକୁ ନେଇ ପ୍ରତିବଦ୍ଧତା ବି ଅଛି ।

ଦେଶହିତରେ ଆମେ ବଡ଼ରୁ ବଡ଼ ନିଷ୍ପତ୍ତି ନେଇଛୁ ବୋଲି ମୋଦୀ ନିଜ ସମ୍ବୋଧନରେ କହିଛନ୍ତି । ଦେଶର ନାଗରିକ ଆଉ ସର୍ଟକଟ ଚାହୁଁ ନାହାନ୍ତି । ସର୍ଟକଟ ରାଜନୀତିର କ୍ଷତି ଭୋଟର ମାନେ ତାହା ଜାଣି ପାରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ବି ବିଜେପି ଉପରେ ଜନତାଙ୍କର ଭରସା ରହିଛି । ଆୟ ଠାରୁ ବ୍ୟୟ ଅଧିକ ହେଲେ ଦେଶର କ’ଣ ହେବ ବୋଲି ମୋଦୀ ନିଜ ସମ୍ବୋଧନରେ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.