fbpx

ଆସନ୍ତାକାଲି ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୋଦୀ, ଲିଷ୍ଟରେ ନାହିଁ ତ ଆପଣଙ୍କ ନାଁ ?

ନୂଆଦିଲ୍ଲୀ: ମେ ୧୬ ତାରିଖ ଅର୍ଥାତ ଆସନ୍ତାକାଲି ରୋଜଗାର ମେଳା ଅଧୀନରେ ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଆଜି ଏନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ନବନିଯୁକ୍ତ ମାନଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି । ଦେଶର ୪୫ଟି ସ୍ଥାନରେ ଏହି ନିଯୁକ୍ତିମେଳା ଅନୁଷ୍ଠିତ ହେବ । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରୀ ବିଭାଗ ଗୁଡ଼ିକରେ ଏହି ନିଯୁକ୍ତି ପ୍ରଦାନ କରାଯିବ ।

ସାରା ଦେଶରୁ ବଛା ଯାଇଥିବା ନବନିଯୁକ୍ତମାନଙ୍କୁ ଗ୍ରାମୀଣ ଡାକ ସେବକ, ବ୍ୟବସାୟିକ ଓ ଟିକେଟ କ୍ଲର୍କ, ଜୁନିୟର କ୍ଲର୍କ କମ୍‍ ଟାଇପିଷ୍ଟ, ଜୁନିୟର ଆକାଉଣ୍ଟ୍‍ସ କ୍ଲର୍କ, ଆସିଷ୍ଟାଣ୍ଟ ସେକସନ୍‍ ଅଫିସର୍‍, ଟାକ୍ସ ଆସିଷ୍ଟାଣ୍ଟ, ଇନ୍‍ସପେକ୍ଟର, ନର୍ସିଂ ଅଫିସର, ପ୍ରିନିସ୍‍ପାଲ ଓ ଆସିଷ୍ଟାଣ୍ଟ ପ୍ରଫେସର ଆଦି ପଦବୀ ଗୁଡ଼ିକରେ ନିଯୁକ୍ତ କରାଯିବ ।

ରୋଜଗାର ମେଳା କେନ୍ଦ୍ର ସରକାର ଦ୍ୱାରା ଆରମ୍ଭ ହୋଇଥିବା ଏକ କାର୍ଯ୍ୟକ୍ରମ, ଯାହା ଦ୍ୱାରା ଶିକ୍ଷିତ ଯୁବକମାନଙ୍କୁ ସହଜରେ ଚାକିରି ଯୋଗାଇବାକୁ ପ୍ରୋତ୍ସାହିତ କରିଥାଏ । ରୋଜଗାର ମେଳାରେ ବିଭିନ୍ନ ବିଭାଗ ପାଇଁ ମନୋନୀତ ହୋଇଥିବା ଉପଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁ୍କ୍ତି ପତ୍ର ପ୍ରଦାନ କରାଯିବ ।

Get real time updates directly on you device, subscribe now.