ବଜେଟ୍ ୨୦୨୫; ଲୋକଙ୍କ ପକେଟ୍ ଗରମ କରିବ, ନିର୍ମଳାଙ୍କୁ ଧନ୍ୟବାଦ୍ ଦେଲେ ମୋଦି
ବଜେଟକୁ ନେଇ ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା । ବିକଶିତ ଭାରତ ମିଶନର ସାରଥି ହେବେ ଜନତା ।
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ ପରେ ପ୍ରଥମ ଥର ଲାଗି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରତିକ୍ରିୟା ରଖିଛନ୍ତି । ଚଳିତ ବର୍ଷ ବଜେଟ୍ ଦେଶ ବିକାଶ ଯାତ୍ରାରେ ମାଇଲଷ୍ଟୋନ୍ ବୋଲି ସେ କହିଛନ୍ତି ।
ଜନତା ଜନାର୍ଦ୍ଦନ: ଏହି ବଜେଟ୍ ଦେଶର ୧୪୦ କୋଟି ଭାରତୀୟଙ୍କ ଆଶାର ବଜେଟ୍ । ଏହି ବଜେଟ୍ ପ୍ରତ୍ୟେକ ନାଗରିକର ସ୍ୱପ୍ନକୁ ପୂରା କରିପାରିବ । ବିକଶିତ ଭାରତ ମିଶନର ସାରଥି, ସାଧାରଣ ଲୋକମାନେ ହେବେ ବୋଲି ଭିଡିଓ ବାର୍ତ୍ତାରେ ମୋଦି କହିଛନ୍ତି ।
ଧନ୍ୟବାଦ୍: ବାଜଟ୍ ଯୋଗୁ ସାଧାରଣ ଲୋକଙ୍କ ସଞ୍ଚୟ, ଇନଭେଷ୍ଟମେଣ୍ଟ ବିକାଶ ସମ୍ଭବ ହେବ । ଏଥିସହ ଜନତା ଜନାର୍ଦ୍ଦନ , ଲୋକଙ୍କ ବଜେଟ ପ୍ରସ୍ତୁତ କରିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍କୁ ମୋଦି ଧନ୍ୟବାଦ ପ୍ରଦାନ କରିଛନ୍ତି ।
ପୂର୍ବରୁ କରାଯାଉଥିବା ବଜେଟ୍ ସରକାରଙ୍କ ରାଜକୋଷ ଭରିବା ପାଇଁ ପ୍ରସ୍ତୁତ କରାଯାଉଥିଲା । କିନ୍ତୁ ବର୍ତ୍ତମାନର ବଜେଟ ଲୋକଙ୍କ ପକେଟ୍ ଭରିବ ।