fbpx

(Video) ପରାଜୟ ପକାଇ ପାରିନି ନବୀନଙ୍କ ହସରେ ମଳିନତା; ମୋଦୀଙ୍କୁ ଅଜାଡ଼ିଦେଲେ ଅଜସ୍ର ଶୁଭେଚ୍ଛା…

Advertisement

ଭୁବନେଶ୍ୱର: ଦେଶରେ ତୃତୀୟ ଥର ପାଇଁ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଶପଥ ନେଇ ଦେଶରେ ଇତିହାସ ରଚିଛନ୍ତି । ତୃତୀୟ ଥର ଶପଥ ନେଇ ନେହରୁଙ୍କ ସହ ମୋଦୀ ସମାନ ହୋଇଛନ୍ତି । ଆଉ ଏମିତି ଇତିହାସ ରଚିଲା ପରେ ମୋଦୀଙ୍କୁ ଛୁଟୁଛି ପ୍ରସଂଶାର ସୁଅ । ଓଡ଼ିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବୀନଙ୍କ ମୁହଁରେ ସବୁଦିନ ଭଳି ଏବେ ମଧ୍ୟ ଶୁଣିବାକୁ ମିଳିଛି ପ୍ରସଂଶା । ଓଡ଼ିଶାରେ ବିଜେଡି ଗଡ଼କୁ ଧୁଳସାତ କରି ଦେଇଛି ବିଜେପି । ୨୪ ବର୍ଷର ସରକାରକୁ ଭାଙ୍ଗି ଦେଇଛି । ଆଉ ଏବେ ନୂଆ ସରକାର ଗଠନ ହେବାକୁ ଯାଉଛି ।

ଏମିତି ସ୍ଥିତିରେ ମୋଦୀଙ୍କ ଉପରେ ରାଗି ନାହାଁନ୍ତି ନବୀନ । ହସ ହସ ମୁହଁରେ କରିଛନ୍ତି ପ୍ରସଂଶା । ନବୀନ ମୋଦୀଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ । କେନ୍ଦ୍ରରେ ସବୁବେଳେ ମୋଦୀଙ୍କୁ ସପୋର୍ଟ କରିଛନ୍ତି ନବୀନ । ଆଉ ଏବେ ଯେତେବେଳେ ବିଜେଡିକୁ ବିଜେପି ଓଡ଼ିଶାରେ ପରାଜୟ କରିଛି ସେତେବେଳେ ମଧ୍ୟ ମନ ଦୁଃଖ କରି ନାହାଁନ୍ତି ନବୀନ । ହସ ହସ ମୁହଁରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି କି ତୃତୀୟ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିବାରୁ ତୁମକୁ ଅଜସ୍ର ଶୁଭେଚ୍ଛା ।

ଲୋକଙ୍କ ଆକାଂକ୍ଷାକୁ ପୁରଣ କରୁଥିବାରୁ ଆପଣଙ୍କର ଦଳର ସବୁ ନେତା ମାନଙ୍କୁ ମଧ୍ୟ ଶୁଭେଚ୍ଛା । ଆପଣଙ୍କ ନେତୃତ୍ୱରେ ଆମ ପ୍ରିୟ ଦେଶ ବିକାଶର ନୁଆ ଉଚ୍ଚତାକୁ ଷ୍ପର୍ଶ କରୁ । ଖାଲି ମୋଦୀ ନୁହଁନ୍ତି । ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସାସଦ ଜୁଏଲ ଓରାମ ଏବଂ ରାଜ୍ୟସଭା ସାଂସଦ ଅଶ୍ୱିନୀ ବେଅଷ୍ଣବ ମନ୍ତ୍ରୀପଦ ପାଇବା ପରେ ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ବିଜେଡି ହାରିବା ନେଇ ମନ ଦୁଃଖ ଥିଲେ ମଧ୍ୟ ହସ ହସ ମୁହଁରେ ଜଣାଇଛନ୍ତି ଶୁଭେଚ୍ଛା ।

Get real time updates directly on you device, subscribe now.