IND vs ENG 5Th Test: ଖୋଲିଲା ବଡ଼ ଗୁମର; ସିରାଜଙ୍କୁ ଏକ Secret Nameରେ ସମ୍ବୋଧନ କରୁଥିଲେ ଇଂଲଣ୍ଡ ଖେଳାଳି

ସମ୍ପାଦକୀୟରେ ଖୁଲାସା କଲେ ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ । କହିଦେଲେ ଏତେ ବଡ଼ କଥା ।

ଓଭାଲ: ଭାରତ, ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ମ ଟେଷ୍ଟ ମ୍ୟାଚରେ ମହମ୍ମଦ ସିରାଜ ଭଲ ପ୍ରଦର୍ଶନ କରିବା ଯୋଗୁ ଏବେ ଏହି ଖେଳାଳି ଜଣକ ଚର୍ଚ୍ଚାରେ ରହିଛନ୍ତି ।

ଗୋଟିଏ ପରେ ଗୋଟିଏ ରୋଚକ ଖବର ତାଙ୍କୁ ନେଇ ସାମ୍ନାରେ ଆସିବାରେ ଲାଗିଛି । ମ୍ୟାଚରେ ସିରାଜ ସର୍ବାଧିକ ୯ଟି ୱିକେଟ ନେଇ ପ୍ରଶଂସା ସାଉଁଟିଛନ୍ତି । ସିରାଜଙ୍କୁ ନେଇ ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ ନାସର ଜୁସେନ ବଡ଼ ଖୁଲାସା କରିଛନ୍ତି ।

ସେ କହିଛନ୍ତି, ଇଂଲଣ୍ଡ କ୍ରିକେଟର ଡ୍ରେସିଂ ରୁମରେ ସିରାଜଙ୍କର ଏକ ନିକନେମ୍ ଦେଇଥିଲେ । ସିରାଜଙ୍କ ଚରିତ୍ର ନିଆଁ ଭଳି ଥିଲା, ଯେଉଁ କାରଣରୁ ତାଙ୍କୁ ଇଂଲଣ୍ଡ ଖେଳାଳିମାନେ ମିଷ୍ଟର ଆଙ୍ଗରି ବୋଲି ସମ୍ବୋଧନ କରୁଥିଲେ ।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏକ ସମ୍ପାଦକୀୟରେ ନାସର ହୁସେନ ଏ କଥାକୁ ଉଲ୍ଲେଖ କରିଛନ୍ତି । ଏଥିସହ ମ୍ୟାଚରେ ସିରାଜଙ୍କ ପ୍ରଦର୍ଶନ ଓ ଜିତିବାର ଆକାଂକ୍ଷା ତାଙ୍କ ମୁହଁରୁ ବାରି ହୋଇ ପଡ଼ୁଥିଲା ।

କୌଣସି କ୍ଷେତ୍ରରେ ମ୍ୟାଚରେ ଭାରତ ପରାଜୟ ବରଣ କରିବାକୁ ଚାହୁଁ ନ ଥିଲା । ଯାହା ପାଇଁ ସେମାନେ ଖୁବ୍ ଭଲ ପ୍ରଦର୍ଶନ କରିଥିବା ଆଲୋଚନା ହେଉଛି ।