fbpx

ମହମ୍ମଦ ଜୁବେରଙ୍କୁ ମିଳିଲା ବଡ ଆଶ୍ଵସ୍ତି, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଢିଲା ଅନ୍ତରୀଣ ଜାମିନ ଅବଧି

ନୂଆଦିଲ୍ଲୀ: ଅଲଟ୍ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ମିଲିଲା ବଡ ଆଶ୍ଵସ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତାଙ୍କର ଅନ୍ତରୀଣ ଜାମିନ ଅବଧିକୁ ବଢାଇଛନ୍ତି ଅଦାଲତ। ଜୁବେରଙ୍କ ଆବେଦନ ଉପରେ ସେପ୍ଟେମ୍ବର ୭ରେ ଶୁଣାଣି କରିବାକୁ ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି। ଜୁବେରଙ୍କ ଆବେଦନ ଉପରେ ନିଜର ଜବାବ ରଖିବାକୁ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଚାରି ସପ୍ତାହର ସମୟ ଦେଇଛନ୍ତି।

ଜୁବେରଙ୍କୁ ଏହି ଆଶ୍ଵସ୍ତି କେବଳ ସୀତାପୁର ମାମଲାରେ ମିଳିଛି। ବାକି ମାମଲାର ଶୁଣାଣି ନିମ୍ନ ଅଦାଲତରେ ଜାରି ରହିଛି। ତେଣୁ ଲକ୍ଷ୍ମୀପୁର ଏବଂ ଦିଲ୍ଲୀ କେସ ଉପରେ ଏହାର କୌଣସି ଫରକ ପଡିବ ନାହିଁ। ସୀତାପୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜୁଲାଇ ୭ରେ ଜୁବେରଙ୍କୁ ଜୁଲାଇ ୧୪ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ପୋଲିସ ରିମାଣ୍ଡରେ ପଠାଇଥିଲେ। ଜୁବେରଙ୍କ ବିରୋଧରେ ଟୁଇଟ ଜରିଆରେ ଧାର୍ମିକ ଭାବାବେଗକ ଆଘାତ ଦେବା ମାମଲାରେ ଖୈରାବାଦ ଥାନାରେ ମାମଲା ରୁଜୁ ହୋଇଥିଲା। ଦିଲ୍ଲୀ ପୋଲିସ ଏହି ମାମଲାରେ ତାଙ୍କୁ ସୀତାପୁର ଆଣିଥିଲା।

ଏହା ପୂର୍ବରୁ ଜୁଲାଇ ୪ରେ ଦିଲ୍ଲୀ ପୋଲିସ ଜୁବେରଙ୍କୁ ସୀତାପୁର ନ୍ୟାୟିକ ଦଣ୍ଡାଧିକାରୀଙ୍କ ଅଦାଲତରେ ହାଜର କରିଥିଲା। କୋର୍ଟ ଜୁବେରଙ୍କୁ ୧୪ ଦିନିଆ ପୋଲିସ ରିମାଣ୍ଡରେ ପଠାଇଥିଲା। ପୁଣି ଦିଲ୍ଲୀ ପୋଲିସ ଜୁବେରଙ୍କୁ ଦିଲ୍ଲୀ ନେଇ ଆସିଥିଲା।

 

Get real time updates directly on you device, subscribe now.