ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଆହତ ହେଲେ ଶାମି, ଲହୁଲୁହାଣ ହେଲା ହାତ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍‌ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ଭାରତୀୟ ଟିମ ପାଇଁ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ମହମ୍ମଦ ଶାମୀ ଆହତ ହୋଇଛନ୍ତି।

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଖେଳାଯାଉଛି। ଏହାରି ମଧ୍ୟରେ ଭାରତୀୟ ଟିମ ପାଇଁ ଏକ ଦୁଃଖଦ ଖବର ରହିଛି।

ଟିମ ଇଣ୍ଡିଆର ମହମ୍ମଦ ଶାମି ଆହତ ହୋଇଛନ୍ତି। ୭ମ ଓଭର ସମୟରେ ନିଜ ବଲକୁ କ୍ୟାଚ କରିବା ସମୟରେ ତାଙ୍କ ହାତରେ ଆଘାତ ଲାଗିଛି। ଏଥିରେ ତାଙ୍କ ଆଙ୍ଗୁଠିରୁ ରକ୍ତ ବାହାରିଛି।

ଏହି ରକ୍ତ ତାଙ୍କ ହାତ ସାରା ହୋଇଯାଇଛି। ସେ ସଙ୍ଗେ ସଙ୍ଗେ ଫିଜିଓରୁ ସାହାଯ୍ୟ ନେଇଥିଲେ। ଏହାପରେ ସେ ବୋଲିଂ କରିଛନ୍ତି। ଏଥିସହ ଶାମି ରାଚିନ ରବିନ୍ଦ୍ରଙ୍କ କ୍ୟାଚ ଛାଡିଦେଇଛନ୍ତି।