ବଡ଼ ଖବର; ଏହି ଷ୍ଟାର କ୍ରିକେଟର ସ୍ତ୍ରୀଙ୍କ ନାଁରେ ଆସିଲା ହତ୍ୟା ଅଭିଯୋଗ, ଝିଅ ବି ଫସିଲା
ଟିମ୍ ଇଣ୍ଡିଆର ଜଣେ ଷ୍ଟାର କ୍ରିକେଟରଙ୍କ ସ୍ତ୍ରୀଙ୍କୁ ନେଇ ଆସିଲା ବଡ଼ ଖବର। ନାଁରେ ଆସିଲା ହତ୍ୟା ଉଦ୍ୟମ ଅଭିଯୋଗ।
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଜଣେ ଷ୍ଟାର କ୍ରିକେଟରଙ୍କ ସ୍ତ୍ରୀଙ୍କୁ ନେଇ ଆସିଲା ବଡ଼ ଖବର। ନାଁରେ ଆସିଲା ହତ୍ୟା ଉଦ୍ୟମ ଅଭିଯୋଗ। ଏନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେ ହେଉଛନ୍ତି ମହମ୍ମଦ ଶାମିଙ୍କ ପତ୍ନୀ ହସୀନ ଜାହାଁ ।
ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାଁ ଏବଂ ତାଙ୍କ ଝିଅ ଅର୍ଶୀ ଜାହାନ ଏକ ବଡ଼ ବିବାଦରେ ଫସିଛନ୍ତି। ସେମାନଙ୍କର ବିବାଦ ଶାମିଙ୍କ ସହ ନୁହେଁ ବରଂ ପଡ଼ୋଶୀଙ୍କ ସହ। ଏହି ସମୟରେ ହସିନ ଜାହାନ ତାଙ୍କ ପଡ଼ୋଶୀଙ୍କ ସହ ଝଗଡ଼ା କରିଥିଲେ। ଯାହା ପରେ ପୋଲିସ ହସିନ ଜାହାନ ଏବଂ ତାଙ୍କ ଝିଅ ଅର୍ଶୀ ଜାହାନଙ୍କ ବିରୋଧରେ ହତ୍ୟା ଉଦ୍ୟମ କରିଥିବା ନେଇ ମାମଲା ରୁଜୁ କରିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅର୍ଶୀ ହେଉଛନ୍ତି ହାସିନ ଜାହାଁଙ୍କ ପ୍ରଥମ ସ୍ୱାମୀଙ୍କ ଝିଅ। ଏବେ ହସିନ ଜାହାନଙ୍କର ଦ୍ବିତୀୟ ସ୍ୱାମୀ, ଅର୍ଥାତ୍ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସହ ବିବାଦ ଚାଲିଛି । ଏହି କାରଣରୁ ସେ ତାଙ୍କ ଝିଅ ସହିତ ପଶ୍ଚିମବଙ୍ଗର ବୀରଭୂମିରେ ରହୁଛନ୍ତି। ସମ୍ପ୍ରତି କଲିକତା ହାଇକୋର୍ଟ ମହମ୍ମଦ ଶାମିଙ୍କୁ ତାଙ୍କ ସ୍ତ୍ରୀ ହସିନ ଜାହାନ ଏବଂ ଝିଅ ଆୟାରାକୁ ଘର ଖର୍ଚ୍ଚ ପାଇଁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
କେଉଁ ମାମଲାରେ ବିବାଦ ହୋଇଥିଲା ?
ହାସିନ ଜାହାଁ ନିଜ ଝିଅ ସହିତ ମିଶି ଏକ ଜମିରେ ଅବୈଧ ଭାବରେ ଦଖଲ କରିଥିଲେ । ଏହାକୁ ପଡୋଶୀମାନେ ବିରୋଧ କରିବାରୁ ହସୀନା ଜାହାଁ ସେମାନଙ୍କ ସହିତ ଝଗଡ଼ା କରିଥିଲେ । ଯାହାର ଭିଡିଓ ଏବେ ଶୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ଯେ ହାସିନ ଜଣେ ମହିଳାଙ୍କ ଉପରକୁ ମାରିବାକୁ ହାତ ଉଠାଉଛନ୍ତି । ଏହି ମାମଲାରେ ହାଲିନ ଏବଂ ତାଙ୍କ ଝିଅଙ୍କ ବିରୋଧରେ ହତ୍ୟା ଉଦ୍ୟମର ଆରୋପ ଲଗାଇ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।
ପ୍ରକାଶ ଥାଉକି, ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସହ ବିବାଦ ଯୋଗୁଁ, ହାସିନ ଜାହାଁ, ତାଙ୍କ ଝିଅ ଆୟରା ଏବଂ ଅର୍ଶୀଙ୍କ ସହିତ ଦୀର୍ଘ ଦିନ ଧରି ବୀରଭୂମିରେ ରହୁଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରେ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ସମ୍ପ୍ରତି, କଲିକତା ହାଇକୋର୍ଟ ଶାମିଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।