୨୯ ସେକେଣ୍ଡେର ଏକ ଭିଡିଓ ଅପଲୋଡ୍ କରି ପୋଲିସକୁ ସାହାଯ୍ୟ ମାଗୁଛି ୧୦ ବର୍ଷର ବାଳକ, ସୋସିଆଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା

ଆଲିଗଡ: ଆଲିଗଡ ବନ୍ନାଦେବୀ ଥାନା ଅଞ୍ଚଳର ସୁରକ୍ଷା ବିହାରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ବଙ୍କଳ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରି ପୋଲିସ ଠାରୁ ସହାୟତା ମାଗିଛି । ଭିଡିଓରେ ପିଲାଟି କହୁଛି, ପୋଲିସ ଅଙ୍କଲ, ମମିି ଆମକୁ ମାରୁଛି, ବାପାଙ୍କ ହାତରେ ବାସନ ମଜାଉଛି । ଆମ ପରିବାରକୁ ରକ୍ଷା କରନ୍ତୁ । ପୋଲିସ ପାଖରେ ଖବର ପହଞ୍ଚିବା ପରେ ପୁରା ମାମଲାର ତତ୍କାଳ ସମାଧାନ ପାଇଁ ପରାମର୍ଶ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।

ପୋଲିସର ସୂଚନା ଅନୁସାରେ ଏଠିକାର ଜଣେ ଯୁବପକ ପରିବହନ ନିଗମରେ ଇଲେକ୍ଟ୍ରିସିଆନ କାମ କରନ୍ତି । ୧୦ ବର୍ଷ ତଳେ ସେ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଏମାନଙ୍କର ୨ ଟି ସନ୍ତାନ ରହିଛନ୍ତି । ଗତ କିଛିଦିନ ତଳେ ଏହି ଦମ୍ପତିଙ୍କ ମଧ୍ୟରେ ଭୀଷଣ ଝଗଡା ଲାଗିଥିଲା । ସେବେଠାରୁ ଏମାନେ ଅଲଗା ହୋଇ ରହୁଛନ୍ତି । ଗତ ଶୁକ୍ରବାର ଏହି ଦମ୍ପତିଙ୍କ ୨ ପିଲାଙ୍କ ମଧ୍ୟରୁ ଏକ ୧୦ ବର୍ଷର ପୁଅ ୨୯ ସେକେଣ୍ଡେର ଏକ ଭିଡିଓ କରି ପୋଲିସକୁ ଏପରି ଗୁହାରୀ କରିଛି ଯାହା ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ବାଳକଟି କହୁଛି ପୋଲିସ ଅଙ୍କଲ, ମମି ମୋତେ ଓ ବାପାଙ୍କୁ ମାରପିଟ କରୁଛନ୍ତି । ବାପାଙ୍କୁ ପ୍ରତିଦିନ ଜେଲ୍ ପଠାଇବାକୁ ଧମକ ଦେଉଛନ୍ତି । କେବଳ ଏତିକି ନୁହେଁ ବାପାଙ୍କ ହାତରେ ଘରର ସବୁ ବାସନ ମଜାଉଛନ୍ତି । ପ୍ଲିଜ୍ ଅଙ୍କଲ ମୋତେ ଓ ମୋ ପରିବାରକୁ ବଞ୍ଚାନ୍ତୁ ।
ଏହି ମାମଲାରେ ଆଲିଗଡ ପୋଲିସ କହିଛି ଦମ୍ପତିଙ୍କ ମଧ୍ୟରେ ପ୍ରାୟ ସମୟରେ କଳି ଝଗଡା ଲାଗିଥାଏ । ଭିଡିଓରୁ ଘଟଣା ବିଷୟରେ ଜାଣି ପରିଜନଙ୍କ ସହ ଯୋଗାଯୋଗ କରାଯାଇଛି । ଦୁଇ ପରିବାରକୁ ପରାମର୍ଶ କେନ୍ଦ୍ରକୁ ଡକାଯାଇଛି ।