fbpx

(ଭିଡ଼ିଓ)ରାଜଧାନୀରେ ଡକାୟତି: ବିଜେପି ନେତାଙ୍କ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ୩୦ ଭରି ଗହଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବେନଶ୍ୱର ଅର୍ନ୍ତଗତ ମଞ୍ଚେଶ୍ୱର ଭୋଟ୍ଟପଡ଼ାରେ ଜଣେ ବିଜେପି ନେତାଙ୍କ ଘରୁ ଡକାୟତି ହୋଇଛି । ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା ସହିତ ୩୦ ଭରି ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ୫ରୁ ଅଧିକ ଦୁର୍ବୃତ୍ତ ଘରେ ପଶି ମାଡ଼ ମାରି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ରାତି ସାଢ଼େ ୨ଟା ବେଳେ ଦୀନବନ୍ଧୁ ଦାସଙ୍କ ଘରେ ୫ରୁ ଅଧିକ ଦୁର୍ବୃତ୍ତ ଘରେ ପଶିଥିଲେ । ସେମାନେ ହାତରେ ରିଭଲଭର୍ ଓ ଲୁହା ଛଡ଼ ଧରିଥିଲେ । ସେମାନେ ରିଭଲଭର୍ ଦେଖାଇ ଦୀନବନ୍ଧୁ ଓ ତାଙ୍କ ଝିଅଙ୍କୁ ବାନ୍ଧି ଦେଇଥିଲେ । ଏହାକୁ ଦୀନବନ୍ଧୁଙ୍କ ପତ୍ନୀ ବିରୋଧ କରିବାରୁ ତାଙ୍କୁ ମୁଣ୍ଡକୁ ଜଣେ ଦୁର୍ବୃତ୍ତ ଲୁହାଛଡ଼ରେ ଆଘାତ କରିଥିଲେ । ତାପରେ ସେମାନେ ଘରେ ଥିବା ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା ଓ ୩୦ ଭରି ଗହଣା ଲୁଟି ନେଇଥିଲେ । ଏନେଇ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯିବା ପରେ ଘଟଣାସ୍ଥଳରେ ଥାନା ଅଧିକାରୀ ସୁଧୀର ସାହୁ ଓ ଏସିପି ସଞ୍ଜୀବ ଶତପଥୀ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.