fbpx

ଶରୀର ଆକାରରେ ମୁଣ୍ଡ ତିନି ଗୁଣ: ଚିକିତ୍ସା ପାଇଁ ବାଧକ ସାଜୁଛି ଅର୍ଥ

ଅସ୍ୱାଭାବିକ ଭାବେ ବଢୁଛି ଶିଶୁର ମୁଣ୍ଡ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସ୍ୱାମୀ ମୂଲ ଲାଗିଲେ ପରିବାର ଚଳେ । ପରିବାର କହିଲେ ସ୍ତ୍ରୀ ଅନୁପମା ଓ ଛଅ ମାସର ପୁଅ ଶିବୁ । ଏମିତି ଅଭାବ ଅନାଟନ ଭିତରେ ଦଇବ ଦାଉ ସାଧିଛି ବୋଲି କୋହଭରା କଣ୍ଠରେ କହିଛନ୍ତି ଅନୁପମା । ଓଷା ବ୍ରତ କରି ପୁଅଟିଏ ପାଇଥିବାରୁ ନାଁ ରଖିଥିଲେ ଶିବୁ କିନ୍ତୁ ଶିଶୁଟିର ଅସ୍ୱାଭାବିକ ଭାବେ ମୁଣ୍ଡ ବଢୁଥିବାରୁ ଦୁଃଖରେ ବାପା ମା ମାନସିକ, ଶାରୀରିକ ଏବଂ ଆର୍ôଥକ କଷ୍ଟରେ ଘାଣ୍ଟି ହେଉଛନ୍ତି । ଏକ ମାତ୍ର ପୁତ୍ରକୁ ପାଇ ଯେଉଁ ଘର ଦିନେ ଖୁସିରେ ଫାଟି ପଡୁଥିଲା ସେହି ଘରେ ଏବେ କେବଳ ଦୁଃଖ ଆଉ ହତାଶା  ।

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ମଦନପୁର ପଞ୍ଚାୟତର ଶତତିରା । ଏହି ଗାଁର ସାନ୍ତନୁ ଜେନା ଓ ତାଙ୍କ ପତ୍ନୀ ଅନୁପମା କେତେ ଓଷା ବ୍ରତ କରି ପୁଅଟିଏ ପାଇଥିଲେ  । ଯେଉଁ ବୟସରେ ପୁଅ ତା ମା’ର ପଣତ କାନିଧରି ଖେଳିବା କଥା ତାକୁ ଏବେ ଶଯ୍ୟାଶାୟୀ ହେବାକୁ ପଡ଼ିଛି । କାରଣ ପିଲାଟିର ମୁଣ୍ଡ ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି  । ସୁଚନା ଅନଯାୟୀ ଶିବୁ ର ଜନ୍ମ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିିକିତ୍ସାଳୟରେ ମୁଣ୍ଡ ବଡ଼ ହେଇ ଜନ୍ମଗ୍ରହଣ କରିଥିବାରୁ ଡାକ୍ତର ତାଙ୍କୁ କଟକ ଶିଶୁ ଭବନ ପଠାଇଥିଲେ । ସେଠାରେ ଡ଼ାକ୍ତର ମୁଣ୍ଡରେ ପାଣି ଜମି ରହିଥିବାରୁ ଅପରେସନ ହେବା ପାଇଁ ପାଞ୍ଚ ମାସ ପରେ ଆସିବାକୁ କହିଥିଲେ । ପୁଅର ଚିକିତ୍ସା ପାଇଁ କଟକ ଯିବା ଆସିବା କରି ସବୁ ଅର୍ଥ ଶେଷ ହୋଇଥିବାବେଳେ । ଆଉ ଟଙ୍କା ନଥିବାରୁ ପିଲାଟିକୁ ଡାକ୍ତରଖାନାରୁ ଫେରାଇ ଆଣି ଭଗବାନଙ୍କ ଭରସାରେ ଅଛନ୍ତି । ଅଭାବୀ ପରିବାର କେମିତି ପୁଅର ଚିକିତ୍ସା କରିବେ ତାହାକୁ ନେଇ ଚିନ୍ତାରେ ପରିବାର ।

ସେପଟେ ଧୀରେ ଧୀରେ ବୟସ ବଢୁଛି, ତା ସହିତ ପୁଅର ମୁଣ୍ଡବି ବଢୁଛି । ଆଉ ଜୀବନ ପ୍ରତି ବିପଦ ବି ବଢ଼ି ଚାଲିଛି । ତେଣୁ ସରକାରୀ ଓ ବେସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଏ ଖବର ପାଇ ସହାୟତାର ହାତ ବଢ଼ାଇଛି ଜୟ ଦ୍ରୁଗା ଫାଉଣ୍ଡେସନ ପିଲାଟିକୁ ଆନନ୍ଦପୁର ମେଡ଼ିକାଲ ରେ ଆଡ଼ମିଶନ କରି ସମୂର୍ଣ୍ଣ ଚିକିତ୍ସା କରିବା ପାଇଁ କଟକ ନେଇଛନ୍ତି ଫାଉଣ୍ଡେସନ ଅଧ୍ୟକ୍ଷା ସାଗରିକା ସ୍ୱରେଶ୍ୱରୀ ଜେନା ଓ ଅନ୍ୟ ସଦସ୍ୟ ମାନେ । ଭଗବାନଙ୍କ କୃପାରୁ ଶିବୁ ଭଲ ହୋଇଗଲେ ପରିବାର ମୁହଁରେ ହସ ଫୁଟିବ  ।

Get real time updates directly on you device, subscribe now.