fbpx

ATMରୁ ଟ୍ରାନଜାକ୍ସନ୍ ଫେଲ୍ ହେବାପରେ ବି ଖାତାରୁ କଟୁଛି ଟଙ୍କା, ବ୍ୟାଙ୍କ ଦେବ କ୍ଷତିପୂରଣ; ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଅନେକ ଥର ଏମିତି ହୁଏ ଯେ, ଆପଣ ମାନେ ଏଟିଏମ୍ ମେସିନ୍ ରୁ ଟଙ୍କା ଉଠାଇବା ବେଳେ କୌଣସି ଟ୍ରାନଜାକ୍ସନ୍ ଫେଲ୍ ହୋଇଯାଏ । କିନ୍ତୁ ଟ୍ରାନଜାକ୍ସନ୍ ଫେଲ୍ ହେବା ପରେ ବି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଏ । ତେବେ ଏଥିରେ ଆପଣ ମାନେ ବ୍ୟସ୍ତ ଆଦୌ ହୁଅନ୍ତୁ ନାହିଁ । ଟ୍ରାନଜାକ୍ସନ ଫେଲ୍ ହେବାପରେ ଯଦି ଟଙ୍କା କଟିଯାଉଛି ତେବେ ନିଜ ବ୍ୟାଙ୍କ ଶାଖାରେ ଅଭିଯୋଗ କରନ୍ତୁ । ବ୍ୟାଙ୍କକୁ ଯାଇ ଅଭିଯୋଗ କରିପାରିବେ କିମ୍ବା ଅନଲାଇନ୍ ମାଧ୍ୟମରେ ବି ଅଭିଯୋଗ କରିପାରିବେ ।

ଯଦି ବ୍ୟାଙ୍କ ନିର୍ଦ୍ଧାରିତ ସମୟ ଭିତରେ ଡେବିଟ୍ ହୋଇଥିବା ଟଙ୍କା ଫେରସ୍ତ କରୁନାହିଁ ତେବେ କ୍ଷତିପୂରଣର ପ୍ରାବଧାନ ରହିଛି । ଆରବିଆଇର ନିୟମ ଅନୁସାରେ, ବ୍ୟାଙ୍କକୁ ଅଭିଯୋଗ କରିବାର ୫ଦିନ ଭିତରେ ଏହାର ସମାଧାନ ହୋଇଥାଏ । ଆଉ ଯଦି ୫ ଦିନ ଭିତରେ ଏହାର ସମାଧାନ ନ ହୁଏ ତେବେ ବ୍ୟାଙ୍କକୁ ଏହାପରେ ୧୦୦ ଟଙ୍କା ପ୍ରତିଦିନ ହିସାବରେ କ୍ଷତିପୂରଣ ଦେବାକୁ ପଡ଼ିଥାଏ । ଆରବିଆଇର ଏହି ନିୟମ ସମସ୍ତ ଅଥରାଇଜ୍ଡ ପେମେଣ୍ଟ ସିଷ୍ଟମ୍ ପାଇଁ ଲାଗୁ ହୋଇଥାଏ । ଯେପରିକି କୋଡ୍ ଟୁ କୋଡ ଫଣ୍ଡ ଟ୍ରାନ୍ସଫର୍, ପିଓଏସ୍ ଟ୍ରାନଜାକ୍ସନ୍, ଆଇଏମପିଏସ୍ ଟ୍ରାନଜାକ୍ସନ୍, ୟୁପିଆଇ ଆଦି ।

Get real time updates directly on you device, subscribe now.