ମୌସୁମୀ ଦୁର୍ବଳ, ତାତୁଛି ଓଡ଼ିଶା : ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିଯିବ ଦିନ ତାପମାତ୍ରା

ଭୁବନେଶ୍ବର: ରାଜ୍ୟକୁ ସଅଳ ମୌସୁମୀ ଛୁଇଁଥିଲେ ହେଁ ଏବେ ନିଖୋଜ। ଫଳରେ ବର୍ଷା ପରିବର୍ତ୍ତେ ଅଗ୍ନି ବର୍ଷା ହେବାରେ ଲାଗିଛି। ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ତିନିଦିନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିଯିବ। ୯ ତାରିଖରେ ତାତି ୪୪ ଡିଗ୍ରୀ ଛୁଇଁପାରେ। ଏପରିକି ଆଗକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଦକ୍ଷିଣ ଓଡ଼ିଶାରେ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ।

ଆଜି ୮ ତାରିଖରେ ପଶ୍ଚିମ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଡେଇପାରେ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେଓଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣା, ବାରିପଦା, ଭଦ୍ରକ, ଯାଜପୁରରେ ପାରଦ ୪୦ ଡିଗ୍ରୀ ଡେଇପାରେ। ୯ ତାରିଖ ବା ସୋମବାର ସୁନ୍ଦରଗଡ଼ ଓ ସୋନପୁର ଓ ଦେବଗଡ଼ରେ ୪୪ ଡିଗ୍ରୀ, ବରଗଡ଼, ଟିଟିଲାଗଡ଼, ଭବାନୀପାଟଣା, ମାଲକାନଗିରି ଓ ନୟାଗଡ଼ରେ ୪୨ଡିଗ୍ରୀ ଛୁଇଁପାରେ ।

୧୦ ତାରିଖରେ ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ୪୪ ଡିଗ୍ରୀ ଛୁଇଁପାରେ। ସମ୍ବଲପୁର ଓ ବଲାଙ୍ଗିରରେ ୪୩, ଭବାନୀପାଟଣା, ଫୁଲବାଣୀ, ଦେବଗଡ଼, ନୂଆପଡ଼ା ଓ ବୌଦ୍ଧରେ ତାତି ୪୨ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସୋମ‌ବାର (୯ ତାରିଖ) ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇପାରେ । କିନ୍ତୁ ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ଘଡ଼ଘଡ଼ି ଓ ବର୍ଷା ସହିତ ପବନ ବହିବ ବୋଲି ପୂର୍ବନୁମାନ ରହିଛି I ୧୦ ଓ ୧୧ ତାରିଖରେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ।

ରବିବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ। ତେବେ ଶନିବାର ଟିଟିଲାଗଡ଼ରେ ୧୩ ମିମି, ସୁ ନ୍ଦରଗଡ଼ ରେ ୧୧.୬ ଓ ନବରଙ୍ଗପୁରରେ ୫ ମିମି ବର୍ଷା ହୋଇଛି ।