fbpx

ଏକ ଦଶନ୍ଧି ମଧ୍ୟରେ ପରିବାରର ମାସିକ ଖର୍ଚ୍ଚ ଦ୍ୱିଗୁଣିତ ହୋଇଛି : NSSO ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ) ଦ୍ୱାରା ହୋଇଥିବା ତାଜା ଅଧ୍ୟୟନରୁ ଜଣାପଡିଛି ଯେ, ୨୦୧୧-୧୨ ତୁଳନାରେ ୨୦୨୨-୨୩ ମସିହାରେ ଦେଶରେ ମୁଣ୍ଡପିଛା ଘରୋଇ ଖର୍ଚ୍ଚ ଦୁଇଗୁଣରୁ ଅଧିକ ହୋଇଛି ।

ତେବେ ପରିସଂଖ୍ୟାନ ଏବଂ ପ୍ରୋଗ୍ରାମ ନିୟୋଜନ ମନ୍ତ୍ରଣାଳୟ ଅଧୀନରେ ଏନଏସଏସଓ ଅଗଷ୍ଟ ୨୦୨୨ ରୁ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଘରୋଇ ଉପଭୋକ୍ତା ଖର୍ଚ୍ଚ ସର୍ଭେ (ଏଚସିଇଏସ) କରିଥିଲା । ଏହି ସର୍ଭେର ଫଳାଫଳ କେନ୍ଦ୍ର ସରକାର ୨୪ ଫେବୃଆରୀରେ ପ୍ରକାଶ କରିଥିଲେ । ଏହି ସର୍ବେକ୍ଷଣର ଉଦ୍ଦେଶ୍ୟ ହେଉଛି ମୁଣ୍ଡପିଛା ବ୍ୟବହାର ଖର୍ଚ୍ଚ (ଏମପିସିଇ) ଏବଂ ଦେଶର ଗ୍ରାମାଞ୍ଚଳ ତଥା ସହରାଞ୍ଚଳ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତଥା ବିଭିନ୍ନ ସାମାଜିକ-ଅର୍ଥନୈତିକ ଗୋଷ୍ଠୀ ପାଇଁ ଏହାର ବିତରଣର ପୃଥକ ଆକଳନ ଉତ୍ପାଦନ କରିବା ।

ଜଣାପଡିଛି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପରିବାରରେ ହାରାହାରି ମାସିକ ଖର୍ଚ୍ଚ ପ୍ରାୟ ସମାନ ହୋଇଛି । ନୂଆ ସର୍ବେକ୍ଷଣ ଅନୁଯାୟୀ, ବର୍ତ୍ତମାନର ମୂଲ୍ୟରେ ଭାରତୀୟ ପରିବାର ମଧ୍ୟରେ ମୁଣ୍ଡପିଛା ହାରାହାରି ମାସିକ ଖର୍ଚ୍ଚ (ଏମପିସିଇ) ୨୦୧୧-୧୨ ପରେ ସହରାଞ୍ଚଳ ପରିବାର ମଧ୍ୟରେ ୨୬୩୦ ରୁ ୬,୪୫୯ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଗ୍ରାମାଞ୍ଚଳ ମଧ୍ୟରେ ୧୪୩୦ ରୁ ୩,୭୭୩ ଟଙ୍କାକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.