fbpx

ଖୁସି ଖବର, ରାଜ୍ୟରେ ଆଉ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୫ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ୧୩୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୩ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୬୦୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୦୩ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୩୫, କଟକରୁ ୨୨, ନୁଆପଡ଼ା ଓ ବଲାଙ୍ଗିରରୁ ୧୪ଜଣ ଲେଖାଏଁ, ଖୋର୍ଦ୍ଧାରୁ ୧୦, କନ୍ଧମାଳରୁ ୭, କୋରାପୁଟରୁ ୫, ବାଲେଶ୍ୱର, ଢ଼େଙ୍କାନାଳ ଓ ନୟାଗଡ଼ରୁ ୩ଜଣ ଲେଖାଏଁ, ଅନୁଗୁଳ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.