fbpx

ଓଡିଶାର ଉହାନ ପାଲଟିବାରେ ଲାଗିଛି ରାଜଧାନୀ ! ଆଜି ପୁଣି ୩୮ ଚିହ୍ନଟ

ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ଚୀନର ଉହାନ ସହର ପରି ପାଲଟିବାରେ ଲାଗିଛି ଓଡିଶାର ରାଜଧାନୀ ଭୁବନେଶ୍ୱର । ରାଜ୍ୟର ଗଞ୍ଜାମରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ କରୋନାରୁ ବାଦ୍ ପଡିନି ଭୁବନେଶ୍ୱର । ଆଜି ଭୁବନେଶ୍ୱରରେ ପୁଣି ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୮ ପଜିଟିଭଙ୍କ ମଧ୍ୟରୁ ୧୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହ ୬ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦କୁ ବୃଦ୍ଧି ପାଇଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କଳିଙ୍ଗ ବିହାର, ପୋଖରୀପୁଟ, ଭୀମଟାଙ୍ଗିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଚନ୍ଦ୍ରଶେଖରପୁରରେ ଗୋଟିଏ ପରିବାରର ୨ ଜଣ ଚିହ୍ନଟ ହୋଇଛନ୍ତି । ଗଙ୍ଗନଗରରରୁ ଗୋଟିଏ ପରିବାରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୀଳାଦ୍ରିବିହାରରୁ ୩ ଜଣ, ନୟାପଲ୍ଲୀରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.