fbpx

DOT BIG ACTION: ୨୪ ହଜାରୁ ଅଧିକ ମୋବାଇଲ ନମ୍ବରକୁ କରାଯାଇଛି ସସ୍ପେଣ୍ଡ, ଆପଣଙ୍କ ନମ୍ବର ଅଛି କି ତାଲିକାରେ ଦେଖି ନିଅନ୍ତୁ…..

ଓଡିଶା ଭାସ୍କର: ଭାରତରେ ଦିନକୁ ଦିନ ସାଇବର ରାକ୍ଷସର ମାୟାଜାଲର ଚେର ବଢି ବଢି ଚାଳିଛି । ସାଇବର ଠକ କେଇ ସେକେଣ୍ଡେରେ ସହଜରେ ଲୋକଙ୍କୁ ଠକି କୋଟି କୋଟି ଟଙ୍କା ରୋଜଗାର କରୁଛି । ଏହାକୁ ନଜରରେ ରଖି ଦୂର ସଂଚାର ବିଭାଗ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଦୂର ସଞ୍ଚାର ବିଭାଗ ପ୍ରାୟ ୨୪ ହଜାର ୨୨୮ ମୋବାଇଲକୁ ସସ୍ପେଣ୍ଡ କରିଛି । ଦୂର ସଞ୍ଚାର ବିଭାଗ ଅନୁସାରେ, ଏହିସବୁ ମୋବାଇଲ କନେକ୍ସନ 42 Unique International Mobile Equipment Identity (IMEI) ସହ ଜଡିତ ଥିଲେ । ତାହାସହ ବାରମ୍ବାର ଠକୁଥିଲେ । ଯାହା ଉପରେ ଦୂର ସଞ୍ଚାର ବିଭାଗ ସନ୍ଦେହ କରିଥିଲା ଓ ଏଭଳି ନିଷ୍ପତ୍ତି ନେଇଛି ।

ଡଟ  (DOT) ଟେଲିକମ ସର୍ଭିସ ପ୍ରୋଭାଇଡର ସହ ଏହି ଆଇଏମଆଇ ନମ୍ବରକୁ ଅଲଇଣ୍ଡିଆ ବେସିସରେ ବ୍ଲକ କରିବାକୁ ନିଷ୍ପତ୍ତି ନେଇଛି । ସାଇବର ଅପରାଧୀ ଏହି ନମ୍ବରକୁ ବ୍ୟବହାର କରି ସାଇବର ଠକେଇ କରୁଥିଲେ । ଯାହାର ମାୟାଜାଲରେ ସାଧାରଣ ଲୋକେ ଅନାୟାସରେ ଫସୁଥିଲେ । ସେହିଭଳି ଚକ୍ଷୁ ପୋର୍ଟାଲକୁ ନେଇ ଲୋକଙ୍କ ହୋଇଥିବା ଅଭିଯୋଗକୁ ପାଥେୟ କରି ଦୂର ସଞ୍ଚାର ବିଭାଗ ଏହି ନିଷ୍ପତ୍ତି ଉଠାଇଛି । ତାହାସହ ପୂର୍ବରୁ ମଧ୍ୟ ପିଆଇବି ଆଲର୍ଟ ଜାରି ମଧ୍ୟ କରିଛି ।

ଆଇଏମଆଇ (IMEI) କ’ଣ
ଆଇଏମଆଇର ପୁରା ନା ହେୁଛି ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୱିପମେଣ୍ଟ ଆଇଡେଣ୍ଡଟିଟି ( Unique International Mobile Equipment Identity) । ଏହା ୧୫ ନମ୍ବର ବିଶିଷ୍ଟ ୟୁନିକ କୋଡ ଅଟେ । ଏହା ମୋବାଇଲ ଫୋନକୁ ଚିହ୍ନଟ କରେ ଓ କୌଣସି ନେଟୱାର୍କ ସହ ଜଡିତ ବିଭିନ୍ନ ସୂଚନା ପ୍ରଦାନ କରିବାରେ ସହାୟତା ପ୍ରଦାନ କରିଥାଏ ।

Get real time updates directly on you device, subscribe now.