fbpx

ରାଜ୍ୟରେ ନିଯୁକ୍ତ ହେବେ ୫ ହଜାରରୁ ଅଧିକ ଅଧ୍ୟାପକ

ଭୁବନେଶ୍ୱର: ରାଜ୍ୟରେ ବିଭୀନ୍ନ ସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକରେ ଖାଲିଥିବା ଶିକ୍ଷକ ପଦବୀ ଖୁବଶୀଘ୍ର ପୁରଣ ହେବ । ଏଥିପାଇଁ ଅତିରିକ୍ତ ଶାସନ ସଚିବ ସମସ୍ତ କଲେଜ ଗୁଡ଼ିକୁ ଚିଠି ଲେଖିଛନ୍ତି । କେଉଁ କଲେଜରେ କେତେ ଜଣ ଶିକ୍ଷକଙର୍କ ପଦବୀ ଖାଲି ଅଛି ସେ ନେଇ ସୂଚନା ଦେବାକୁ ଚିଠିରେ କୁହାଯାଇଛି ।

ସେହିଭଳି ଆସନ୍ତା ବର୍ଷମାନଙ୍କରେ କେତେ ଶିକ୍ଷକ ଅବସର ନେବେ କିମ୍ବା କେତେ ଶିକ୍ଷକ ପଦବୀ ଖାଲି ପଡ଼ିବ ସେ ନେଇ ତଥ୍ୟ ମାଗିଛନ୍ତି । ୬୬୨ ଓ ୪୮୮ ବର୍ଗ ସହିତ ବିଭିନ୍ନ ସଂସ୍କୃତ କଲେଜଗୁଡ଼ିକରେ ଖାଲିଥିବା ପଦ ପୂରଣ ପାଇଁ ମଧ୍ୟ ବିଭାଗ ଚିଠିରେ ଦର୍ଶାଇଛି । ବିଭିନ୍ନ କଲେଜଗୁଡ଼ିକରେ ଖାଲିଥିବା ୫ ହଜାରରୁ ଅଧିକ ଅଧ୍ୟାପକ ନିଯୁକ୍ତି ପାଇଁ ଖୁବ୍‌ଶୀଘ୍ର ବିଜ୍ଞପ୍ତ ପ୍ରକାଶ ପାଇବ ।

Get real time updates directly on you device, subscribe now.